ମହେଶ ବାବୁଙ୍କ ଫିଲ୍ମ ପ୍ରମୋଶନ ଇଭେଣ୍ଟରେ ଗଣ୍ଡଗୋଳ

ମହେଶ ବାବୁଙ୍କ ଫିଲ୍ମ ଜାନୁଆରୀ ୧୨ ରେ ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ମଙ୍ଗଳବାର ଦିନ ‘ଗୁଣ୍ଟୁର କାରମ’ର ସିନେମାର ପ୍ରି-ରିଲିଜ୍ ଇଭେଣ୍ଟ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଫିଲ୍ମର ନିର୍ଦ୍ଦେଶକ ତ୍ରିଭିକରାମ ଶ୍ରୀନିବାସ, ମହେଶ ବାବୁ ଏବଂ ଶ୍ରୀଲଥାଙ୍କ ସମେତ ଅନେକ ସେଲିବ୍ରିଟି ଉପସ୍ଥିତ ଥିଲେ। ବହୁ ସଂଖ୍ୟାରେ ଲୋକ ଅଭିନେତାଙ୍କୁ ଦେଖିବାକୁ ଇଭେଣ୍ଟକୁ ଆସିଥିଲେ। ଫଳରେ ସେଠାରେ ଦଳାଚକଟା ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିଥିଲା।

ଏହି ସମଗ୍ର ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଯେଉଁଥିରେ ପୋଲିସ ଅନେକ ଲୋକଙ୍କୁ ଚାର୍ଜ କରୁଥିବା ଦେଖିବାକୁ ମିଳୁଛି । ଭିଡିଓରେ ଦେଖାଯାଉଛି ଯେ ଏହି ଘଟଣାରେ ପହଞ୍ଚିଥିବା ଜନସାଧାରଣ ପୋଲିସର ବ୍ୟାରିକେଡ୍ ଭାଙ୍ଗି ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏହା ସହ ପରସ୍ପର ଉପରେ ଚେୟାର ଫିଙ୍ଗିଛନ୍ତି। ହେଲେ ଏପର୍ଯ୍ୟନ୍ତ ଫିଲ୍ମର ଟିମ୍‌ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।