ମାଆ ସମଲେଶ୍ବରୀଙ୍କ ପୀଠରେ ପହଞ୍ଚିଲା ନୂଆ ଧାନ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପୀଠରେ ପହଂଚିଲା ନୂଆ ଧାନ ବା ସରିଆ ଧାନ। ମା ଙ୍କଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଓ ତାଙ୍କ ପରିବାର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି । ଗତ ବର୍ଷ ମଧ୍ୟ ଶ୍ରୀ ବେହେରା ମନ୍ଦିରକୁ ଧାନ ପ୍ରଦାନ କରିଥିଲେ। ମା’ଙ୍କ ମନ୍ଦିରକୁ ପ୍ରଦାନ କରାଯାଉଥିବା ଧାନ ଚାଷ ନିମନ୍ତେ ସ୍ଵତନ୍ତ୍ର ଭାବେ ଶ୍ରୀ ବେହେରା ଏହାର ଚାଷ କରିଥାନ୍ତି। ଯେପରି କୌଣସି ଚଢ଼େଇ ଉକ୍ତ ଧାନ ନ ଖାଇବେ ସେଥ୍‌ପାଇଁ ସେ ସ୍ଵତନ୍ତ୍ର ବ୍ୟବସ୍ଥା କରିଥାନ୍ତି।

୫ ବର୍ଷ ହେଲା ସରିଆ ଧାନ ଯୋଗାଇ ଆସୁଛନ୍ତି ସୁବାଷ ।

ମନ୍ଦିରରେ ଧାନ ପହଞ୍ଚିବା ପରେ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ଏହି ଚାଉଳ ସଂଗ୍ରହ କରିବା ସହ ସେଥିରୁ ନବାନ୍ନ ପ୍ରସ୍ତୁତ କରିବେ ପୂଜକ ।