*ମାଉଣ୍ଟ କିଲିମାଞ୍ଜାରୋ ଅଭିଯାନ ରେ କଳାହାଣ୍ଡି ଦେ ପୁର ଗ୍ରାମର ରାହୁଲ ପ୍ରଧାନ*

HR TV ଓଡ଼ିଆ / କଳାହାଣ୍ଡି (ଶେଖର ସୁମନ ଦାଶ)- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଦେ ପୁର ଗ୍ରାମର ଓଡିଶା ର ପ୍ରଥମ ପାରାଗ୍ଲାଇଡ଼ିଂ ପାଇଲଟ ରାହୁଲ ପ୍ରଧାନ ଗତ ଶୁକ୍ରବାର ଆଫ୍ରିକା ର ସର୍ବୋଚ୍ଚ ପର୍ବତ ମାଉଣ୍ଟ କିଲିମାଂଜାରୋ ( 5,895 ମିଟର ) ଅଭିଯାନ ଆରମ୍ଭ କରିଛନ୍ତି ଏହି ଅଭିଯାନ ଦ୍ୱାରା ରାହୁଲ ‘ସେଭେନ ସମିଟ’ ଚ୍ୟାଲେଞ୍ଜ ( ପ୍ରତ୍ୟେକ ମହାଦେଶ ର ସର୍ବୋଚ୍ଚ ପର୍ବତ ଆରୋହଣ ) ପୂରଣ କରିବା ଲକ୍ଷ୍ୟ ରେ ପାଦ ଦେଇ ଛନ୍ତି l ଏହା ପୂର୍ବ ରୁ ସେ ମାଉଣ୍ଟ ଏଲବୃସ ( ୟୁରୋପ ର ସର୍ବୋଚ୍ଚ ପର୍ବତ ) ଅଭିଯାନ କୁ କେବଳ 22 ଘଣ୍ଟା ମଧ୍ୟରେ ବିନା ସହଯୋଗ ରେ ପୂରଣ କରିଥିଲେ l ଏଥିରେ ସେ ଓଡିଶା ରୁ ପ୍ରଥମ ନାଗରିକ ଥିଲେ l ସହଦେଵ ପ୍ରଧାନ ଓ ଆରତୀ ପ୍ରଧାନ ଙ୍କ ପୁଅ ରାହୁଲ କେବଳ ଜଣେ ପାର୍ବତାରୋହୀ ନୁହନ୍ତି, ସେ ଗ୍ରାମୀଣ ଯୁବସମୁଦାୟଙ୍କ ମଧ୍ୟରେ ଦୁଃସାହାସିକ କ୍ରୀଡା, ଶାରୀରିକ ଫିଟନେସ ପାଇଁ ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଭାବେ ପରିଚିତ l ଗ୍ରାମାଞ୍ଚଳ ର ଯୁବକ ମାନେ ନିଜର ଦୃଢ ଇଛା ଓ ମନବଳ ଦ୍ୱାରା ଏମିତି ଉପଲବ୍ଧି ହାସଲ କରନ୍ତୁ ବୋଲି ରାହୁଲ ବାର୍ତ୍ତା ଦେଇଛନ୍ତି l