ମାଟ୍ରିକ୍ ଖାତାଦେଖାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଖିଛନ୍ତି ସ୍ପଷ୍ଟ ଉତ୍ତର
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତା ଦେଖା ଆଜିଠୁ ଆରମ୍ଭ ହୋଇଛି । ରାଜ୍ୟର ୫୧ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ଖାତା ଦେଖିବେ।୫ ହଜାର ନୀରିକ୍ଷକଙ୍କୁ ନିୟୋଜିତ କରାଯାଇଛି। ତେବେ ପୂର୍ବରୁ ଓଏମଆର ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିବାବେଳେ ଆଜିଠାରୁ ସବଜେକ୍ଟିଭ୍ ଖାତା ଦେଖାଯାଉଛି । ତେବେ ମାଟ୍ରିକ୍ ଖାତାଦେଖାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଖିଛନ୍ତି ସ୍ପଷ୍ଟ ଉତ୍ତର ।
ମନ୍ତ୍ରୀ କହିଛନ୍ତି ମାଟ୍ରିକ ପରୀକ୍ଷା ଯେମିତି ସୁରୁଖୁରୁରେ ସରିଛି । ସେମିତି ମାଟ୍ରିକ୍ ମୂଲ୍ୟାୟନ ମଧ୍ୟ ସଠିକ ସମୟରେ ସୁରୁଖୁରୁରେ ସରିବ । ବିଭାଗ ପକ୍ଷରୁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସଠିକ ସମୟରେ ରେଜଲ୍ଟ ବାହାରିବା ଯେମିତି ପିଲାମାନେ ଯୁକ୍ତ ଦୁଇରେ ସଠିକ ସମୟରେ ନାମ ଲେଖାଇପାରିବେ ସେ ନେଇ ଧ୍ୟାନ ଦିଆଯାଉଛି ।
