ମାତ୍ର ୩୨ ବର୍ଷ ବୟରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ।

ବିବାଦୀୟ ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ପରଲୋକ ହୋଇଥିବା ଖବର ଆସିଛି। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ତାଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି।ମଡେଲ୍‌ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କର ଶୁକ୍ରବାର ପରଲୋକ ଘଟିଛି। ଏନେଇ ଅଭିନେତ୍ରୀଙ୍କ ମ୍ୟାନେଜର ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଥିବା ପୋଷ୍ଟରେ ଲେଖା ଅଛି, “ଆଜି ଦିନଟି ଆମ ପାଇଁ ବହିତ ଖରାପ ଦିନ । ଆପଣଙ୍କୁ ଏହି ନ୍ୟୁଜ୍ ସେୟାର କରୁଥିବାରୁ ଅତ୍ୟନ୍ତ ଦୁଃଖଦାୟକ ।

ତେବେ ତାଙ୍କ ମୃତ୍ୟୁ ଗର୍ଭାଶୟ କର୍କଟ ହେତୁ ହୋଇଥିବା ଜଣାପଡିଛି । ତାଙ୍କ ସହିତ ସଂସ୍ପର୍ଶରେ ଆସିଥିବା ପ୍ରତିଟି ବ୍ୟକ୍ତି ପ୍ରେମ, ଶୁଦ୍ଧ ପ୍ରେମ ଏବଂ ଦୟା ପାଇଛନ୍ତି ।