ମାନବ ସେବା ହିଁ ମାଧବ ସେବା। ଏହି ମୂଳ ଲକ୍ଷ୍ୟ କୁ ଭିତ୍ତିକରି ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା
ମାନବ ସେବା ହିଁ ମାଧବ ସେବା। ଏହି ମୂଳ ଲକ୍ଷ୍ୟ କୁ ଭିତ୍ତିକରି ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନେ ଏକ ୭ ଦିନିଆ ରଥଯାତ୍ରା ସ୍ଵତନ୍ତ୍ର ସେବା ଶିବିର -୨୦୨୫ ତା-୨୬.୦୬.୨୫ ଠାରୁ ତା ୦୨.୦୭.୨୫ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାତ ଦିବସୀୟ ଶିବିରରେ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ପାନୀୟ ଜଳ ଓ ସର୍ବତ ବଣ୍ଟନ , ବଡ଼ଦାଣ୍ଡ ସଫେଇ, ସମୁଦ୍ର ବେଳାଭୂମି ସଫେଇ,ବିଭିନ୍ନ ସାମାଜିକ ସଚେତନ ରାଲି, ମାନବ ଶୃଙ୍ଖଳ , କମ୍ୟୁନିଟି ଗେମ୍ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଏହି ଶିବିର ର ସଫଳ ରୂପାୟନ ହୋଇଅଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼, ଚିତ୍ତରଞ୍ଜନ ଦ୍ବିବେଦୀ ଏବଂ କାର୍ଯ୍ୟକ୍ରମ ଅଧିକାରିଣୀ ସୁଶ୍ରୀ ପନିଶା ନାୟକ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ୱେଚ୍ଛାସେବୀ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏହି ଶିବିର ଟି ଆକାଶ ସିଂ, ମୋନାଲିସା ଜେନା, ଶୁଭଶ୍ରୀ ଜେନା, ଦିପୁ ସଂଖବର, ପ୍ରିୟଙ୍କା ବିଶ୍ଵାଳ, ସାଗରିକା ଦାସ, ସବ୍ୟସାଚୀ ସେନାପତି ଙ୍କ ସହଯୋଗିତା ରେ ଏହି ଶିବିର ଟି ସମାପ୍ତ ହୋଇଛି।
