ମାର୍ଚ୍ଚରେ ସନ୍ତାନକୁ ଜନ୍ମ ଦେବେ ଗାୟକଙ୍କ ମାଆ

ସ୍ୱର୍ଗତଃ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା। ବର୍ତ୍ତମାନ ତାଙ୍କ ଘରେ ଖୁସି ଖବର ଆସିବାକୁ ଯାଉଛି। ସିଦ୍ଧୁଙ୍କ ମାଆ ଚରଣ କୌର ସିଂ ଖୁବ୍‌ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଆସନ୍ତା ମାସରେ ସେ ଏକ ଶିଶୁକୁ ଜନ୍ମ ଦେବେ। , ସିଦ୍ଧୁ ମୁସେୱାଲାଙ୍କ ମା’ ଏକ ସ୍ବତନ୍ତ୍ର କୌଶଳ ମାଧ୍ୟମରେ ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି । ସିଦ୍ଧୁ ମୁସେୱାଲାଙ୍କ ମାମୁଁ ଚାମକୌର ସିଂ ନିଜେ ଏହା ନିଶ୍ଚିତ କରିଛନ୍ତି। ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଏହା ପ୍ରଥମ ଥର ହେବ, ଯେତେବେଳେ ତାଙ୍କ ଘରେ ଖୁସିର ଗୁଞ୍ଜନ ଶୁଣାଯିବ।ଏହା ଶୁଣିବା ପରେ ସିଦ୍ଧୁଙ୍କ ପ୍ରଶଂସକ ମାନେ ଆଶା କରୁଛନ୍ତି ଯେ ସିଦ୍ଧୁ ମୁସେୱାଲ ପୁନର୍ବାର ଜନ୍ମ ହେବେ।ସୂଚନାଯୋଗ୍ୟ, ୨୦୨୨ରେ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ମାତାପିତାଙ୍କର ସେ ଏକମାତ୍ର ପୁତ୍ର ଥିଲେ। ସେଥିପାଇଁ ସିଦ୍ଧୁ ପରିବାରର ପ୍ରଶଂସକମାନେ ଉତ୍ତରାଧିକାରୀ ପାଇଁ ନିରନ୍ତର ପ୍ରାର୍ଥନା କରୁଥିଲେ।

ଏହି ଖବର ପରେ ସିଦ୍ଧୁ ମୋସେୱାଲାଙ୍କ ପୁନର୍ଜନ୍ମର ହ୍ୟାସଟ୍ୟାଗ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି।ଅଙ୍କଲ ଚାମକୌର ସିଂ ଏହା ନିଶ୍ଚିତ କରିଛନ୍ତି, କିନ୍ତୁ ସିଦ୍ଧୁ ମୁସେୱାଲାଙ୍କ ପିତା ବାଲକୌର ସିଂ ସୁରକ୍ଷା କାରଣରୁ କିଛି କହିବାକୁ ମନା କରି ଦେଇଛନ୍ତି। ସୂଚନାଯୋଗ୍ୟ, ୨୯ ମେ ୨୦୨୨ରେ ପଞ୍ଜାବର ମାନସା ଜିଲାରେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ଶୁଭଦୀପ ସିଂ ସିଦ୍ଧୁ ଓରଫ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସର ସୂଚନାନୁସାରେ, ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ମହିନ୍ଦ୍ରା ବୋଲେରୋ ଏବଂ ଟୟୋଟା କରୋଲା ନାମକ ଦୁଇଟି ମଡ୍ୟୁଲ ବ୍ୟବହାର କରାଯାଇଥିଲା। ଏହି ହତ୍ୟାକାଣ୍ଡ ପାଇଁ ଗୋଲ୍ଡି ବ୍ରାର ଏବଂ ଲରେନ୍ସ ବିଶ୍ନୋଇ ନିଜକୁ ଦାୟୀ କରିଥିଲେ।