ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନ କିଣା- ଯୋଗଣ ମନ୍ତ୍ରୀ
ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଟିରେ ଚାଲିବ ଧାନ କିଣା । ଏନେଇ ଯୋଗଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ଏପର୍ଯ୍ୟନ୍ତ ୧୦ଲକ୍ଷ ୫୦ହଜାର ମେଟ୍ରିକ ଟନ୍ ଧାନ କିଣା ହୋଇଥିବା ବେଳେ ୨ଲକ୍ଷ ୩୦ହଜାର ଚାଷୀ ଧାନ ବିକିଛନ୍ତି । ୧୮ଜିଲାରେ ଚାଲିଛି ଧାନ କିଣା, ୧୧ଲକ୍ଷ ଚାଷୀଙ୍କୁ ଟୋକନ ଦିଆଯାଇଛି । ଏହାସହିତ ଚାଷୀଙ୍କ ଆକାଉଣ୍ଟକୁ ୨୩୫୦କୋଟି ଟଙ୍କା ଯାଇଛି । ସବୁ ଚାଷୀଙ୍କ ଧାନ କିଣିବୁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ଏହା ସହ ଅରୁଆ, ଉଷୁନା ବିବାଦକୁ ନେଇ ସେ କହିଛନ୍ତି ଯେ ଓଡିଶାରୁ ୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବ କେନ୍ଦ୍ର । ୫ ଲକ୍ଷ ମୋଟ୍ରିକ ଟନ୍ ଉଷୁନା ଓ ଲକ୍ଷେ ମୋଟ୍ରିକ ଟନ୍ ଅରୁଆ ଉଠାଇବ କେନ୍ଦ୍ର । ରାଜ୍ୟରେ ମୋଟ ୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଅଛି । ବାକି ୧ ଲକ୍ଷ ମେଟ୍ରିକ ଟନ୍ ଚାଉଳ ନିଲାମ କରାଯିବ । ଏଥି ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ।
