ମାର୍ଶାଘାଇ ଥାନା ଅଧିକାରୀ ତପନ ନାୟକ ଆକ୍ସନ ମୁଡରେ l

କେନ୍ଦ୍ରାପଡ଼ା ( ରିପୋର୍ଟ – ବିଶ୍ୱଜିତ ପ୍ରଧାନ ) ତେଲ ମାଫିଆ, ଆଇରନ ଟ୍ରକ ଦଲାରୀ, ଚୋରା ମଦ, କୋରେକ୍ସ ବେପାରୀ ମାନଙ୍କ ଭିତରେ କୋକୁଆ ଭୟ, ସ୍ୱତନ୍ତ୍ର ଏକ ଟିମ ଗଠନ କରି ଚୋରା ବେପାରୀ ମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛନ୍ତି ମାର୍ଶାଘାଇ ଥାନା ଅଧିକାରୀ, କିଛିଦିନ ତଳେ ମାର୍ଶାଘାଇ ଥାନା କୁସୁନପୁର ଛକ ଠାରୁ ତେଲ ଚୋରି କରୁଥିବା ଗିରିଶ ନାୟକ ନାମକ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଏବଂ ଅନେକ ସୂଚନା ମିଳିଛି ଗିରିଶ ନାୟକ ପାଖରୁ ଯାହାକୁ ଭିକ୍ତି କରି ଚଢ଼ାଉ ଘନ ଘନ ଚାଲିଛି ମାର୍ଶାଘାଇ ଅଞ୍ଚଳରେ, ଚୋରା ମାଫିଆଙ୍କ ଏବେ ଛାତି ଧୁଡୁ ଧୁଡୁ କିଛି ମାଫିଆ ଭୟରେ ଡେରାବିଶ ଥାନା ଅଞ୍ଚଳ କୁ ଓ ପଡୋଶୀ ଜିଲ୍ଲା ଯାଜପୁର ଅଞ୍ଚଳକୁ ଧାଇଁ ଛନ୍ତି l ଦେଖିବାର ବାକି ରହିଲା କେବେ ଚଢ଼ାଉ କରୁଛି ଡେରାବିଶ ଥାନା ଓ ପଡୋଶୀ ଜିଲ୍ଲା ଯାଜପୁର ର ବାଲିଚନ୍ଦ୍ରପୁର ଥାନା l