ମାର୍ଶାଘାଇ ପୋଲିସ ଗିରଫ କଲା ଚୋରା ତେଲ ମାଫିଆ l
– କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନୁପୁର ଛକ ନିକଟରେ ଅସାମାଜିକ ଯୁବକ ଗିରିଶ ଚନ୍ଦ୍ର ନାୟକ ପାରାଦ୍ୱୀପ ରୁ ଆଶୁଥିବା ଟ୍ରକ ରୁ ତେଲ ଚୋରି କରୁ ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ମାର୍ଶାଘାଇ ଥାନା ଅଧିକାରୀ ତପନ କୁମାର ନାୟକ ଙ୍କ ନିର୍ଦେଶରେ ମାର୍ଶାଘାଇ ପୋଲିସ ର ଏକ ଟିମ ତେଲ ମାଫିଆ ଗିରିଶ ନାୟକ କୁ କାବୁ କରିବା ସହ ବହୁ ପରିମାଣର ଡିଜେଲ ଓ ପେଟ୍ରୋଲ ଜବତ କରିବାରେ ସଫଳ ହୋଇଛି l

ମାର୍ଶାଘାଇ ଥାନା ପୋଲିସ କେଶ ନମ୍ବର 351/25 ରେ ମାମଲା ରୁଜୁ କରି ଗିରିଶ ନାୟକ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏହାକୁ ନେଇ ମାର୍ଶାଘାଇ ଅଞ୍ଚଳରେ ଏବେ ମାର୍ଶାଘାଇ ଥାନା ଅଧିକାରୀଙ୍କୁ ସାଧୁବାଦ ଜଣାଇ ଛନ୍ତି l ମାର୍ଶାଘାଇ ଥାନା ଅଧକାରୀ ସୂଚନା ଦେଇଛନ୍ତି ଆଗାମୀ ଦିନରେ ଚଢ଼ାଉ ଜାରି ରହିବ l
କେନ୍ଦ୍ରାପଡ଼ା ରୁ ବିଶ୍ୱଜିତ ପ୍ରଧାନ ଙ୍କ ରିପୋର୍ଟ hr tv ଓଡ଼ିଆ
