ମାର୍ଶାଘାଇ ରେ କମ୍ପୁଟର ଶିକ୍ଷା ନା ରେ NCIT ଶିକ୍ଷା କେନ୍ଦ୍ରରେ ଛାତ୍ର ଛାତ୍ରୀ ଶୋଷଣ l
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରେ ଛତୁ ଫୁଟିଲା ପରି କମ୍ପୁଟର ଶିକ୍ଷା କେନ୍ଦ୍ର ଖୋଲାଯାଇଛି l ସେଥିରେ NCIT ଅନ୍ୟତମ ନା ଶିକ୍ଷା ବିଭାଗର ତନାଘନା ଅଛି ନା ଜିଲ୍ଲା ପ୍ରଶାସନ ର ତନାଘନ ଅଛି l କମ୍ପୁଟର ଶିକ୍ଷା ନାଁ ରେ NCIT କମ୍ପୁଟର ଶିକ୍ଷା କେନ୍ଦ୍ର ମାର୍ଶାଘାଇ ଅଞ୍ଚଳରେ ଅନେକ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଘେର ଭିତରକୁ ନେଇଯାଉଛନ୍ତି l ଏଠି କମ୍ପୁଟର ଶିକ୍ଷା ନାଁ ରେ ହଜାର ହଜାର ଟଙ୍କା ଲୁଟି ନେଉଛନ୍ତି ମାଲିକ ନାଁ ଅଛନ୍ତି ତାଲିମ ପ୍ରାପ୍ତ ଶିକ୍ଷକ,ଶିକ୍ଷୟତ୍ରୀ ନା ଦିଆଯାଇଛି,l ତାଲିମ ବିନା ତାଲିମରେ ହଜାର ହଜାର ବିନା ଛାତ୍ର ପଞ୍ଜିକରଣ ରେ ନକଲି ସାର୍ଟିଫିକେଟ ଦିଆଯାଇଛି l ଏବେ ହଜାର ହଜାର ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଘେରରେ ନା ମିଳୁଛି ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ କର୍ମ ନିଯୁକ୍ତି l

କାହିଁକି କାର୍ଯ୍ୟକାରୀ ହଉନି ମିଳୁଥିବା NCIT କମ୍ପୁଟର ସାର୍ଟିଫିକେଟ ଅସଲି ନା ନକଲି ଯାହାକି ସନ୍ଧେହ ଘେର ଭିତରକୁ ଆସୁଛି l ଏନେଇ କିଛି ଛାତ୍ର ଛାତ୍ରୀ ମାର୍ଶାଘାଇ ଅଞ୍ଚଳରେ ଗଢି ଉଠିଥିବା NCIT କମ୍ପୁଟର ଶିକ୍ଷା କେନ୍ଦ୍ର ନା ରେ ମାର୍ଶାଘାଇ ଥାନା ଅଧିକାରୀ ତପନ ନାୟକ ଙ୍କ ପାଖରେ ଅଭିଯୋଗ କରିଛନ୍ତି l ମାର୍ଶାଘାଇ ଥାନା ଅଧିକାରୀ ଗୁରୁତର ସହ ନେବା ସହ ଖୁବଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି l ଯେମିତି ଆଗକୁ ପିଲାଙ୍କ ଭବିଷ୍ୟତ ନଷ୍ଟ ନ ହେଉ l ଏହା ଅଭିଭାବକ ଓ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l
