ମାଲକାନଗିରିରେ ବଡ଼ଧରଣର ଏନକାଉଣ୍ଟର, କୁଖ୍ୟାତ ମାଓ ନେତା ହିଡ୍ମା ନିପାତ
ଆନ୍ଧ୍ରପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଏନ୍କାଉଣ୍ଟରରେ କୁଖ୍ୟାତ ମାଓ ନେତା ହିଡ୍ମା ନିପାତ । ହିଡ୍ମା ନାଁରେ ଥିଲା ୧ କୋଟି ଟଙ୍କାର ପୁରସ୍କାର । ତାଙ୍କ ପତ୍ନୀ ରାଜେ ମଧ୍ୟ ଏହି ଏନ୍କାଉଣ୍ଟରରେ ଟଳିଥିବା ସୂଚନା । ଏହା ସହ ଆହୁରି ୬ ମାଓବାଦୀ ମଧ୍ୟ ନିପାତ । ତେବେ ହିଡମା ମୃତ୍ୟୁ ନେଇ ବିଧିବଦ୍ଧ ଭାବେ କିଛି କୁହାଯାଇନାହିଁ । ଆନ୍ଧ୍ର-ଓଡ଼ିଶା ସୀମାରେ ବଡ଼ଧରଣର ଏନକାଉଣ୍ଟର ପରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।
