ମା କାଳୀ ଙ୍କୁ ସମସ୍ତେ ନିର୍ବସ୍ତ୍ରା ବା ଦିବମ୍ବରୀ ରୂପେ ଜାଣିଥାନ୍ତି କାହିଁକି??

ମା କାଳୀ ଙ୍କୁ ସମସ୍ତେ ନିର୍ବସ୍ତ୍ରା ବା ଦିବମ୍ବରୀ ରୂପେ ଜାଣିଥାନ୍ତି କାହିଁକି ନା ଆମେ ଶାସ୍ତ୍ର ରୁ ପଢ଼ିଥାଉ । ବର୍ତ୍ତମାନ ସମୟରେ କିଛି ଅତ୍ଯଧିକ ପଣ୍ଡିତ ଚିନ୍ତାଧାରା ର ବ୍ଯକ୍ତିମାନେ ମା ଙ୍କୁ ନିର୍ବସ୍ତ୍ରା ବା ଦିଗମ୍ବରୀ ଦର୍ଶାଇବାକୁ ନେଇ ବହୁ ଟିପ୍ପଣୀ ଦେଉଛନ୍ତି ।

ତାଙ୍କର ଅନୁସାରେ ଏହା ଅଶ୍ଳୀଳ ଓ ଅଭଦ୍ରାମୀ ର ପରିଭାଷା ସହ କାମ ଉତ୍ତେଜନା କୁ ଦର୍ଶାଏ ସେଭଳି ପରିସ୍ଥିତି ରେ ଜଣେ ଦେବୀ ଙ୍କୁ ମା ବୋଲି କିପରି ମାନିବ !? ସେମାନଙ୍କର ଅବାନ୍ତର ଶାସ୍ତ୍ର ଞାନ ରହିତ ପ୍ରଶ୍ନ ପାଇଁ ଏ ମାର୍କଣ୍ଡେୟ ପୂରାଣ ର ଶ୍ରୀଦୁର୍ଗା ଶପ୍ତସତୀ ଚଣ୍ଡୀ ର ସପ୍ତମ ଅଧ୍ଯାୟ ରେ ଚଣ୍ଡମୁଣ୍ଡ ବଦ୍ଧ ପ୍ରସଂଗ ରେ ମା କାଳୀ ବା ଚାମୁଣ୍ଡା ଙ୍କ ରୂପ ବର୍ଣ୍ଣନା ରହିଅଛି ଯେଉଁଥିରେ ମାଙ୍କ ଶରୀର ନିର୍ବସ୍ତ୍ର ସତ ମାତ୍ର ସେ ଶରୀର ରେ ସମସ୍ତ ମାଂସ ଶୁଖିଯାଇ ଏକ ଶୁଷ୍କ ଚର୍ମ ଦ୍ବାରା ଅସ୍ଥି କଙ୍କାଳ ମା ଙ୍କ ମସ୍ତକ ଖପୁରି କୁ ଆବ୍ରୁତ କରିଥାଏ। ଚକ୍ଷୁ ଯୁଗଳ ଭିତରକୁ ପଶିଯାଇଥାଏ। ମୁଖରୁ ଜିହ୍ବା ଲହ ଲହ ହୋଇ ବାହାରୁଥାଏ , ମା ଙ୍କ ଗଳାରେ ନରମୁଣ୍ଡ ର ମାଳ ଶୋଭା ପାଉଥାଏ।

ଏପରି ରୂପରେ ନଗ୍ନତା କଣ ସାଧାରଣ ରକ୍ତ ମାଂସ କଳେବର ମନୁଷ୍ଯ ଶରୀର ର ନଗ୍ନତା ସହ ସମାନ କି? ମା ଙ୍କ ଚାମୁଣ୍ଡା ରୂପ କୁ ସାମନାରେ ଦେଖିଲେ କାମ ଉତ୍ତେଜନା ତ ବହୁଦୂର କଥା ଜୀବ ତା ରୂପ ଦେଖି ପିଣ୍ଡ ରୁ ପ୍ରାଣ ବାହାରିଯିବ। ଅତି ଭୟଙ୍କର ସେ ରୂପ । ଅସୁର ରାକ୍ଷସ ଭୂତ ପ୍ରେତ ମଧ୍ଯ ମା ଙ୍କ ସେ ରୂପକୁ ଅତିଶୟ ଭୟ କରନ୍ତି। ସେ ରୂପର ଏକ ନମୁନା ଭିଡ଼ିଓ ରେ ଅଛି। ଆମ ଓଡ଼ିଶା ର ଯାଜପୁର ରୁ ଉଦ୍ଧାର ହୋଇଥିବା ମା ଚାମୁଣ୍ଡା ଙ୍କ ବିଗ୍ରହ।