ମା’ କ୍ଷୀର ବିକ୍ରି ଉପରେ କଟକଣା, ନିୟମ ଉଲଂଘନ କଲେ ୫ ଲକ୍ଷ ଜରିମାନା, ୬ମାସ ଜେଲ୍

ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫଏସଏସଏଆଇ) ଅଧିନିୟମ, ୨୦୦୬ ଅନୁଯାୟୀ ମା’ କ୍ଷୀରର ପ୍ରକ୍ରିୟାକରଣ ଏବଂ ବିକ୍ରୟ ପାଇଁ ଅନୁମତି ଦେବାକୁ ମନା କରିଦେଇଛି। ତେଣୁ ଏହାର ବ୍ୟବସାୟ ଲାଗି ହେଉଥିବା ସବୁ ପ୍ରକାର କାର୍ଯ୍ୟକଳାପ ବନ୍ଦ କରିବାକୁ ଏଫ୍ସ୍ଏସ୍ଏସ୍ଏଆଇ ନିର୍ଦ୍ଦେଶ ଦେଇଛି।ଫାସାଇ ଦ୍ବାରା ଜାରି କରାଯାଇଥିବା ନୋଟ୍‌ରେ ଏହା କୁହାଯାଇଛି, ଏପରି ଅନେକ ଅଭିଯୋଗ ଆସିଛି ଯେଉଁଥିରେ ମା’କ୍ଷୀର ଏବଂ ସେହି କ୍ଷୀରରୁ ପ୍ରସ୍ତୁତ ସାମଗ୍ରୀ ସମାଜରେ ତଥା ଅନ୍ୟାନ୍ୟ ସ୍ଥାନରେ ବିକ୍ରି ହେଉଛି। ଫାସାଇ କହିଛି ମା’କ୍ଷୀର ବିକ୍ରୟ କରିବା ସମ୍ପୂର୍ଣ୍ଣ ନିଷେଧ।

ଏହାକୁ ନେଇ ବେପାର କରାଯାଇପାରିବ ନାହିଁ । କେବଳ ଏତିକି ନୁହେଁ, ମା’କ୍ଷୀରରୁ ନିର୍ମିତ ଜିନିଷ ମଧ୍ୟ ପ୍ରକ୍ରିୟାକରଣ ଏବଂ ବିକ୍ରୟ ହୋଇପାରିବ ନାହିଁ । ଫାସାଇ କହିଛି ମାନବ କ୍ଷୀର ଏବଂ ଏଥିରୁ ପ୍ରସ୍ତୁତ ଦ୍ରବ୍ୟ ବିକ୍ରୟକୁ ତୁରନ୍ତ ନିଷିଦ୍ଧ କରାଯିବା ଜରୁରୀ।କେବଳ ହସ୍ପିଟାଲ୍‌ରେ ଭର୍ତ୍ତି ଥିବା ନବଜାତକ କିମ୍ବା ଶିଶୁଙ୍କୁ ତାହା ଦିଆଯାଇପାରିବ। ମା’ କ୍ଷୀରକୁ କେବଳ ସ୍ଵେଚ୍ଛାକୃତ ଭାବେ ଏବଂ ମାଗଣାରେ ଦାନ କରାଯାଇପାରିବା କେହି ସେଥିପାଇଁ ଅର୍ଥ ନେଇପାରିବେ ନାହିଁ।