ମା’ ହେବାକୁ ଯାଉଛନ୍ତି ୟାମୀ

ଅଭିନେତ୍ରୀ ୟାମି ଗୌତମ ଏବଂ ଫିଲ୍ମ ନିର୍ମାତା ଆଦିତ୍ୟ ଧର ମାଆ-ବାପା ହେବାକୁ ଯାଉଛନ୍ତି । ୟାମି ଗୌତମ ଗର୍ଭବତୀ ଅଛନ୍ତି ଏବଂ ଖୁବଶୀଘ୍ର ନିଜ ପ୍ରଶଂସକଙ୍କୁ ଏକ ଖୁସିଖବର ଦେବାକୁ ଯାଉଛନ୍ତି ।ୟାମି ଏବଂ ଆଦିତ୍ୟ ବିବାହ ହେବାର ତିନି ବର୍ଷ ବିତିଗଲାଣି। ଏହି ଦମ୍ପତି ଜୁନ ୨୦୨୧ ରେ ବିବାହ କରିଥିଲେ। ଆସନ୍ତା ମେ ମାସରେ ୟାମି ସନ୍ତାନ ପ୍ରସବ କରିବେ।ୟାମି ଗୌତମ ଏବଂ ତାଙ୍କ ସ୍ୱାମୀ ଆଦିତ୍ୟ ନିଜର ଆଗାମୀ ଫିଲ୍ମ ଅର୍ଟିକେଲ୍ ୩୭୦ର ଟ୍ରେଲର ଲଞ୍ଚରେ ଏହି ସୂଚନା ଦେଇଛନ୍ତି । କେବଳ ଏହା ନୁହେଁ, ୟାମି ପ୍ରେଗେନ୍ସି ସମୟରେ ସୁଟିଂ କରିବାର ଅଭିଜ୍ଞତା ମଧ୍ୟ ସେୟାର କରିଛନ୍ତି ।ଆଦିତ୍ୟ ପିଲ୍ମର ଟ୍ରେଲର ଲଞ୍ଚ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆର୍ଟିକେଲ୍ ୩୭୦’ ଟ୍ରେଲର ସମୟରେ ମୋ ଭାଇ ସେଠାରେ ଥିଲା, ମୋ ପତ୍ନୀ ଏବଂ ଆମର ଜନ୍ମ ହେବାକୁ ଥିବା ପିଲା ମଧ୍ୟ ସେଠାରେ ଥିଲେ ।

ଏହା ଅତ୍ୟନ୍ତ ଅଦ୍ଭୂତ ସମୟ ଥିଲା । ଆମେ ଯେପରି ଭାବେ ପୂରା ଫିଲ୍ମ ସୁଟ୍ କଲୁ ଏବଂ ଯେପରି ଭାବେ ଆମ ପିଲା ଆସିବା ଖବର ପାଇଲୁ ତାହା ନିଆରା ଅନୁଭୂତି ଥିଲା । ଅନ୍ୟପଟେ ୟାମି କହିଛନ୍ତି, ଯଦି ଆଦିତ୍ୟ ମୋ ସାଥୀରେ ନଥାନ୍ତେ, ଲୋକେଶ ଭାଇ ଏବଂ ଅନ୍ୟମାନେ ନଥାନ୍ତେ ତେବେ ଜଣା ନାହିଁ ମୁଁ କଣ କରିଥାନ୍ତି ।