ମିଛ ଖବର, ମୁଁ ଗିରଫ ହୋଇ ନାହିଁ

ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନଙ୍କ ବିଷୟରେ ଖବର ଆସିଥିଲା ଯେ ତାଙ୍କୁ ଦୁବାଇ ବିମାନବନ୍ଦରରେ ପୋଲିସ ଗିରଫ କରିଛି। କିନ୍ତୁ ବର୍ତ୍ତମାନ ସେ ନିଜେ ଏକ ଭିଡିଓ ରିଲିଜ କରି ଏହି ରିପୋର୍ଟକୁ ଅସ୍ବୀକାର କରିଛନ୍ତି।ଯେଉଁଥିରେ ସେ ଦୁବାଇକୁ ନିଜର ଗିତ ରେକର୍ଡ କରିବାକୁ ଆସିଥିବା ଓ ଏଠାରେ ସବୁ ଠିକଠାକ ଥିବା କହିଛନ୍ତି। ଏଣୁ ଅନୁରୋଧ କରିବି ଏପରି ଗୁଜବ ପ୍ରତି କାନ ନ ଦିଅନ୍ତୁ। ସେ କହିଛନ୍ତି ଯେ ଏପରି କିଛି ନାହିଁ, ଯେପରି ଶତ୍ରୁମାନେ ଭାବୁଛନ୍ତି। ମୁଁ ଖୁବ୍ ଶୀଘ୍ର ମୋ ଦେଶକୁ, ଆପଣମାନଙ୍କ ପାଖକୁ ଫେରି ଆସିବି ଓ ଆପଣମାନଙ୍କୁ ନୂଆ ଗୀତ ଭେଟି ଦେବି। ଏଣୁ ମୋ ଫ୍ୟନସ୍‌ଙ୍କୁ ଅନୁରୋଧ କରିବି ଏପରି ଗୁଜବ ଉପରେ କାନ ନ ଦିଅନ୍ତୁ। ବିଶ୍ୱରେ ମୋର ସମସ୍ତ ପ୍ରଶଂସକ, ଖରାପ ଖବର ଶୁଣନ୍ତୁ ନାହିଁ ଏବଂ ଆପଣଙ୍କର ସମୟ ନଷ୍ଟ କରନ୍ତୁ ନାହିଁ ।

ଆପଣମାନେ ମୋର ଶକ୍ତି । ମୁଁ ଆପଣଙ୍କୁ ଭଲପାଏ।’ସୂଚନାଯୋଗ୍ୟ, କୁହାଯାଉଥିଲା ଯେ ରାହତ ଫତେହ ଅଲି ଖାନଙ୍କୁ ତାଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦଙ୍କ ଅଭିଯୋଗରେ ଦୁବାଇ ବିମାନବନ୍ଦରରୁ ଗିରଫ କରାଯାଇଥିଲା। ରାହତ ତାଙ୍କ ସଙ୍ଗୀତ ପ୍ରଦର୍ଶନ ପାଇଁ ଦୁବାଇ ଯାଇଥିଲେ। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ରାହତ ଫତେହ ଅଲି ଖାନଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦ ଏହି ଗାୟକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଦୁବାଇ ବିମାନବନ୍ଦରରେ ଗିରଫ କରାଯାଇଛି।