ମିଥୁନଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ ପିତାଙ୍କ ହେଲଥ୍ ଅପଡେଟ୍ ଦେଇଛନ୍ତି। 

ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ୭୩ବର୍ଷିୟ ମିଥୁନ ଚକ୍ରବର୍ତ୍ତୀ ଶନିବାର ସକାଳ ୧୦ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ଯାହା ଗୁଜବ ଅଟେ |

ତେବେ ଏହି ଖବରକୁ ମିଥୁନଙ୍କ ପରିବାର ଲୋକେ ଅସ୍ୱୀକାର କରିଛନ୍ତି। ମିଥୁନଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ ପିତାଙ୍କ ହେଲଥ୍ ଅପଡେଟ୍ ଦେଇଛନ୍ତି। ଏଥିରେ ତାଙ୍କ ପିତା ଶତପ୍ରତିଶତ ସୁସ୍ଥ ଅଛନ୍ତି ବୋଲି ସେ କହିଛନ୍ତି।ମିଥୁନଙ୍କ ବୋହୂ ମଦାଳସା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ମିଥୁନ ସକାଳେ ହସ୍ପିଟାଲ ଯାଇଥିଲେ, ହେଲେ ରୁଟିନ ଚେକଅପ ପାଇଁ ବୋଲି ସେ କହିଛନ୍ତି।