ମିଳିମିଶି ଖାଇଗଲେ ଠିକାଦାର ଏବଂ ଯନ୍ତ୍ରୀ

ଭଣ୍ଡାରିପୋଖରୀ, ୨୫/୧୧(ନିପ୍ର): ଆଖୁଆପଦା ଜଳସମ୍ପଦ ବିଭାଗ ଅଧିନରେ ହାଇଲେବୁଲ କେନାଲ ବନ୍ଧ ରାସ୍ତାର ପିଚ କାର୍ଯ୍ୟ ହେଉଥିବା ବେଳେ ଏହା ନିମ୍ନ ମାନର ଅଭିଯୋଗ ଆଣି ନଷ୍ଟ ଅଂଶକୁ ପୁନଃ କରାଇବାକୁ ଦାବୀ କରିଛନ୍ତି ସରପଦା ଗ୍ରାମବାସୀ। ରାସ୍ତାର ପାର୍ଶ୍ଵ ଅଂଶ ପିଚୁ ଗୁଡିକ ଗୋଡ ଜୋତା ର ସାମାନ୍ୟ ଚାପ ରେ ବାହାରି ଯାଉଅଛି। କାମ ୧୦ ଦିନ ତଳେ ହୋଇଥିବା ବେଳେ ଦୁଇ ଚକିଆ ଯାନ ଷ୍ଟାଣ୍ଡ ମଧ୍ୟ ଦବି ଯାଉଅଛି।ଏନେଇ ଆଖୁଆପଦା କନିଷ୍ଠ ଯନ୍ତ୍ରୀ ଜଗବନ୍ଧୁ ଦାସଙ୍କ ମତାମତ ନେବାରୁ ସେ ନୂଆ କାମ ହୋଇ ଅଛି, ଖରା ଖାଇଲେ ଟାଣ ହୋଇ ଯିବ ବୋଲି ମତ ଦେଇଛନ୍ତି। ଓଡ଼ିଶା ରେ ସରକାର ବଦଳିଥିଲେ ମଧ୍ୟ ସରକାରୀ କର୍ମଚରୀ ମାନଙ୍କର ମାନସିକତା ପରିବର୍ତ୍ତନ ହୋଇ ନଥିବା ବୁଦ୍ଧିଜୀବୀ ମହଲରେ ବିସ୍ମୟ ପ୍ରକାଶ ପାଇଛି।