ମୁଁ ମାଗଣାରେ ଚଳଚ୍ଚିତ୍ର ଏବଂ ଧାରାବାହିକ କରିବାକୁ ପ୍ରସ୍ତୁତ ଅଛି

ଫିଲ୍ମ ‘ମଣିକର୍ଣ୍ଣିକା’ ପରେ ମୋତେ କାମ ମିଳୁନି। ମୁଁ କାହାକୁ କାମ ବି ମାଗିପାରିବିନି। ଏକ ସାକ୍ଷାତକାରରେ ଏଭଳି କହିଥିବା ଲୋକପ୍ରିୟ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବେ ମାଗଣାରେ କାମ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଏହି ଅଭିନେତ୍ରୀ ତାଙ୍କ କ୍ୟାରିୟର ଟେଲିଭିଜନ ଶୋ’ ‘ପବିତ୍ର ରିସ୍ତା’ରୁ ଆରମ୍ଭ କରିଥିଲେ। ଏହାପରଠାରୁ ହିଁ ତାଙ୍କର ଫ୍ୟାନ ଫଲୋଇଙ୍ଗ ସଂଖ୍ୟା ବଢିବାରେ ଲାଗିଥିଲା। ଆଜି ଏହି ଅଭିନେତ୍ରୀଙ୍କ ପାଇଁ କୌଣସି ବିଶେଷ ପରିଚୟର ଆବଶ୍ୟକତା ନାହିଁ। ଅଙ୍କିତା ଟେଲିଭିଜନ ସହ କିଛି ବଲିଉଡ ମୁଭିରେ ବି ନଜର ଆସିଛନ୍ତି। ଏବେ ପର୍ଯ୍ୟନ୍ତ ଦର୍ଶକେ ତାଙ୍କ କାମକୁ ଖୁବ ପସନ୍ଦ କରନ୍ତି।କିଛି ବର୍ଷର ବ୍ୟବଧାନ ପ‌ରେ ସେ ବଲିଉଡ ଫିଲ୍ମ ‘ମଣିକର୍ଣ୍ଣିକା’ରେ କାମ କରିଥିଲେ।

ହେଲେ ଏହି ଫିଲ୍ମ ପରେ ବି ତାଙ୍କୁ ସଫଳତା ମିଳିନଥିବା ଦେଖାଯାଇଛି।ସେ ଆହୁରି ମଧ୍ୟ କହିଛନ୍ତି, ମୋତେ ଆଜି ଖୁସି ଲାଗୁଛି ଯେ ଟେଲିଭିଜନ ମେକର୍ସ ଫିମେଲ ଆକ୍ଟରଙ୍କ ପାଇଁ ବଜେଟ ବଢାଇ ସାରିଲେଣି। ପୂର୍ବାପେକ୍ଷା ଏବେ ଟେଲିଭିଜନ ଇଣ୍ଡଷ୍ଟ୍ରି ମହିଳାମାନଙ୍କ ପାଇଁ ଆହୁରି ଭଲ ହୋଇଯାଇଛି। ଫିଲ୍ମ ଇଣ୍ଡଷ୍ଟ୍ରି କଥାତ ମୁଁ କହିପାରିବି ନାହିଁ। ଯଦି ମୋତେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ କିଛି ଭଲ କାମ ମିଳେ ତେବେ ମୁଁ ନିଶ୍ଚିତ କରିବି।