ମୁଁ ସେବେ ଦଳ ସପକ୍ଷରେ କହୁଥିଲି। ଏବେ ବିପକ୍ଷରେ କହୁଛି।

ଯେତେ ଦିନ ଯାଏଁ ବଞ୍ଚିଥିବି ଓଡ଼ିଆ ବୋଲି ପରିଚୟରେ ବଞ୍ଚିବି। ଅନେକ କଥା ଅଛି ଯାହା କହିବି। ୧୧ ବର୍ଷ ବିଜୁ ଜନତା ଦଳରେ କାମ କଲି। ଦଳ ଯାହା ଦାୟିତ୍ଵ ଦେଇଛି ତାହା ମୁଁ ସୁଚାରୁ ରୂପେ ତୁଲାଇଛି। ଓଡ଼ିଶାର ହକ ଓ ଟେକ ପାଇଁ ସବୁବେଳେ ଚେଷ୍ଟା କରିଛି। ସେ ଦଳର ନେତୃତ୍ୱ ନେଇଥିଲେ ନବୀନ ବାବୁ ଆଜିର ବିଜେଡି ଦଳର ନେତୃତ୍ୱ ନବୀନ ବାବୁ ନେଉନାହାନ୍ତି । ମୋତେ ନବୀନ ପଟ୍ଟନାୟକଙ୍କ ସହ ଭେଟିବା କି କଥା ହେବାକୁ ସୁଯୋଗ ଦେଲେନି । ୪/୫ ବର୍ଷ ଦଳର ନେତାଙ୍କୁ ଭେଟିବାକୁ ସୁଯୋଗ ମିଳିଲାନି । କେନ୍ଦ୍ରାପଡାରେ ମୋତେ କାମ କରିବାକୁ ସୁଯୋଗ ଦିଆଗଲାନି । ମୁଁ ମୋ ନିଜକୁ ପ୍ରତିଶ୍ରୁତି ଦେଇଛି ଆମ ରାଜ୍ୟର ଅସ୍ମିତାକୁ କାହା ହାତରେ ଟେକିଦେବାନି । ଜିଲ୍ଲାପାଳଙ୍କ ଅଫିସରେ ମୋ ଫାଇଲ ମାସ ମାସ ଧରି ପଡି ରହୁଥିଲା ।

ମୋତେ କେନ୍ଦ୍ରାପଡା ପାଇଁ କାମ କରେଇ ଦେଉନଥିଲେ । ଆପଣମାନେ ଯେତେବେଳେ ପ୍ରଶ୍ନ କରୁଥିଲେ ସାଂସଦ ଅନୁଭବ ମହାନ୍ତି କୁଆଡେ ଗଲେ ମୁଁ କହିବାକୁ ଚାହୁଁଛି ଦଳ ତରଫରୁ ମୋତେ ଫୋନ କରି ମନା କରାଯାଉଥିଲା । ସରପ୍ରାଇଜ ଭିଜିଟ କଲେ କହୁଥିଲେ ଆପଣ ଭଲ କାମ କରୁଛନ୍ତି ହେଲେ ଏମିତି କରନ୍ତୁନି ସରକାର ଉପରକୁ ଆଙ୍ଗୁଳି ଉଠୁଛି ।ବର୍ଷାଙ୍କ ସହ ଦଳର କିଛି ଲୋକଙ୍କ ସହ ଭିତିରିଆ ସମ୍ପର୍କ ଥିଲା, ଯେଉଁଥି ପାଇଁ ମୁଁ ପ୍ରମାଣ ସହ ଅଭିଯୋଗ କଲେ ମଧ୍ୟ ମୋ କଥା ଶୁଣଯାଇନଥିଲା। ମୋ ବିରୋଧରେ ମିଛ ତଥ୍ୟ ଯୋଗାଡ଼ କରାଯାଇ ମତେ ଅଭିଯୁକ୍ତ କରାଗଲା। ଦଳ ମୋତେ ପ୍ରତ୍ୟାଖାନ କଲେ। ମୁଁ ଚ୍ୟାଲେଞ୍ଜ କରୁଛି ସେ ଦଳର କେହି କରିପାରିବେନି ଯେ ମୁଁ ମିଛ କହୁଛି ବୋଲି।ମୋ ନାଆଁ ରେ ଗୋଟେ ଏନ୍‌ବିଡବ୍ଲୁ ଜାରି କରି ବିଜେପିର ଅଣ୍ଡର କରେଣ୍ଟ ଭାଙ୍ଗିବାକୁ ଚେଷ୍ଟା କରିଛି ସେ ଦଳ। ଯେହେତୁ ମୁଁ ଷ୍ଟାର କ୍ୟମ୍ପେନରରେ ଥିଲି ଏ ଷଡ଼ଯନ୍ତ୍ର କରାଯାଇଥିଲା। ବାହ୍ୟ ଶକ୍ତି ଆଗରେ ଆମେ ସ୍ୱାଭିମାନକୁ ବିକିବା ନାହିଁ। ମୁଁ ସେବେ ଦଳ ସପକ୍ଷରେ କହୁଥିଲି। ଏବେ ବିପକ୍ଷରେ କହୁଛି। କାରଣ ସେମାନେ ସେ ଯୋଗ୍ୟ ନୁହନ୍ତି।ବିଜୁଜନତା ଦଳ କଳାପାହାଡ଼ ବା ତାଙ୍କ ହାତରେ ପରିଚାଳିତ ହେଉଛି। କାଲିଠୁ ମୁଁ ପ୍ରଚାରକୁ ଓଲାଇବି। ଯେତେ ଅପଚେଷ୍ଟା କଲେ ବି ମୁଁ ପ୍ରଚାରକୁ ଓଲ୍ହାଇବି। କେବଳ ନବୀନ ବାବୁଙ୍କୁ ସମ୍ମାନ ଦେଇ ସେ ଦଳରେ ଅନେକ ନେତା ଅଛନ୍ତି। ସେମାନେ ସ୍ୱଇଚ୍ଛାରେ ଦଳ ଛାଡ଼ିବାକୁ ଚାହୁଁଛନ୍ତି। ଜୁନ ୪ ପରେ ଅନେକ ନେତା ଦଳ ଛାଡ଼ିବେ।