ମୁଖ୍ୟମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ । କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ

ମୁଖ୍ୟମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ । କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ । କାର୍ଯ୍ୟାଳୟକୁ ଠିକ୍ ଭାବେ ଆସୁଛନ୍ତି କି ନାହିଁ । ସଠିକ ସମୟରେ ଅଫିସ ଆସୁଛନ୍ତି କି ନାହିଁ ତାହା ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଆଜି ୧୦ଟା ୧୫ ମିନିଟ ସମୟରେ ଅଚାନକ ରାଜୀବ ଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉନ୍ନୟନ କମିଶନରଙ୍କ ସହ ପୁରା ବିଭାଗ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ। ଏହା ସହ ରାଜ୍ୟ ହାଇଡ୍ରୋ ଲୋଜିକାଲ ଡାଟା ସେଣ୍ଟର ମଧ୍ୟ ବୁଲି ଦେଖିଥିଲେ। ରାଜ୍ୟରେ ଡ୍ୟାମର ସ୍ଥିତି ୱାଟର ଲେବୁଲ ବିଷୟରେ ଅବଗତ ହୋଇଥିଲେ। ଏହା ବିଭାଗର ସମସ୍ତ ମହଲରେ ଥିବା ଅଧିକାରୀଙ୍କ ଚାମ୍ବର ସହ ସମ୍ମିଳନୀ କକ୍ଷକୁ ବି ଯାଇ ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ। ତେବେ ଡ୍ୟାମ, ନଦୀବନ୍ଧ, ଜଳ ସମ୍ପଦର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଚଳଚଞ୍ଚଳ ହେବ ରାଜୀବ ଭବନ ଆଉ ସ୍ମାର୍ଟ ହେବ କାର୍ଯ୍ୟାଳୟ । ବିଭାଗର ଅଧିକାରୀ ମାନେ ଭଲ କାମ କରୁଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କ ଟାର୍ଗେଟ ୧୫ ଲକ୍ଷ ହେକ୍ଟର ଜମିର ଜଳ ସେଚନ ପାଇଁ ମିଶନ ମୋଡ଼ରେ କାମ କରିବାକୁ ନିର୍ଦ୍ଦେଶ ଦେଇଛି । ଅଧିକରୁ ଅଧିକ ଜଳ ସଂରକ୍ଷଣ ପାଇଁ ବିଭାଗକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ।