‘ମୁଖ୍ୟମନ୍ତ୍ରୀ ଜୀ ପ୍ରତିଶୋଧ ନେବେ ଯଦି ଅଫିସ୍ ଆସନ୍ତୁ…ବିଜୟଙ୍କ ପ୍ରଥମ ପ୍ରତିକ୍ରିୟା
କରୁର ଦଳାଚକଟା ଦୁର୍ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ଘଟଣାରେ ଚାପା ରାଜନୈତିକ ଷଡ଼ଯନ୍ତ୍ର ଥିବା ଇଙ୍ଗିତ ଦେଇ ଅଭିନେତା-ରାଜନେତା ବିଜୟ ମଙ୍ଗଳବାର ନିଜର ପ୍ରଥମ ଭିଡିଓ ବାର୍ତ୍ତାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୋ ଜୀବନରେ ଏପରି ଦୁଃଖଦାୟୀ ପରିସ୍ଥିତି ଦେଖି ନାହିଁ। ଜନସାଧାରଣଙ୍କ ସୁରକ୍ଷା ପାଇଁ ମୁଁ ରାଜନୀତିକୁ ଦୂରେଇ ରଖି ନିରାପଦ ସ୍ଥାନ ବାଛି ପୋଲିସକୁ ଅନୁରୋଧ କରିଥିଲି। କିନ୍ତୁ ଯାହା ହେବା ଉଚିତ ନ ଥିଲା, ତାହା ଘଟିଲା।”ବିଜୟ ନିଜ ସମର୍ଥକମାନଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧତା ଉପରେ ଜୋର ଦେଇ କହିଛନ୍ତି ଯେ ଏହି ଘଟଣାକୁ ରାଜନୀତିକରଣ ନ କରିବା ପାଇଁ ସେ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ ଏହି ଘଟଣା ସମସ୍ତଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି । ସେ ଆଶ୍ୱାସନା ଦେଇଛନ୍ତି ଯେ ପୀଡ଼ିତମାନେ ଉପଯୁକ୍ତ ଚିକିତ୍ସା ପାଉଛନ୍ତି ଏବଂ ଶୀଘ୍ର ସୁସ୍ଥ ହେବା ଆଶା କରାଯାଉଛି ।ଏହି ଘଟଣା ଉପରେ ବୟାନ ଦେଇଥିବା ରାଜନୀତିକ ଦଳଗୁଡ଼ିକୁ ବିଜୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ସତ ଖୁବଶୀଘ୍ର ସାମନାକୁ ଆସିବ ଏବଂ ତାଙ୍କ ଦଳ କୌଣସି ଭୁଲ କରିନାହିଁ । ବିଜୟ କହିଛନ୍ତି, ମୁଁ ମଧ୍ୟ ଗୋଟିଏ ମଣିଷ । ଯେତେବେଳେ ଏତେ ଲୋକ ପ୍ରଭାବିତ ହୋଇଛନ୍ତି, ସେତେବେଳେ ମୁଁ ସେମାନଙ୍କୁ ଛାଡ଼ି କିପରି ଫେରି ଆସିପାରିବି ? ମୁଁ ଏଥିପାଇଁ ଗଲି ନାହିଁ, କାରଣ ପୁଣି ଥରେ କୌଣସି ଅପ୍ରିୟ ଘଟଣା ଯେପରି ନଘଟିବ ତାହା ସୁନିଶ୍ଚିତ କରିବାକୁ ଚାହୁଁଥିଲୁ । ଆମେ ପାଞ୍ଚ ଜିଲ୍ଲାରେ ପ୍ରଚାର କରିଥିଲୁ, କରୁରରେ ହିଁ କାହିଁକି ଏପରି ହେଲା ? ଏପରି କଣ ହେଲା ? ଲୋକେ ସତ ଜାଣିଛନ୍ତି ଓ ସବୁ କିଛି ଦେଖୁଛନ୍ତି ।ସେ ନିଜ ସମର୍ଥକଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରି ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କୁ ଅନୁରୋଧ କରିଛନ୍ତି, “ଯଦି ପ୍ରତିଶୋଧ ନେବାର ଇଚ୍ଛା ଅଛି, ମୋ ସମର୍ଥକଙ୍କୁ ନୁହେଁ, ମୋ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।”
