ମୁଖ୍ୟମନ୍ତ୍ରୀ ବସ୍ ସେବାରେ ସ୍କୁଲ ପିଲାଙ୍କ ପାଇଁ ମାଗଣା ସେବା

ମୁଖ୍ୟମନ୍ତ୍ରୀ ବସ୍ ସେବାରେ ସ୍କୁଲ ପିଲାଙ୍କ ପାଇଁ ମାଗଣା ସେବା । ଡ୍ରପଆଉଟ୍ ସଂଖ୍ୟା ରୋକିବାକୁ ପଦକ୍ଷେପ । ଅଧିକ ସ୍କୁଲକୁ ଯାତାୟତ ବଢ଼ାଇବାକୁ ନୂଆ ରୁଟ୍‌ ପ୍ରସ୍ତୁତ କରିବ ଓଏସଆରଟିସି । ୫୦% ରିହାତି ବଦଳରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା ଅଧୀନରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ବସ୍ ଯାତ୍ରାର ବ୍ୟବସ୍ଥା କରାଯିବ । ଉଭୟ ଏସି ଓ ନନ ଏସି ବସରେ ଲାଗୁ ହେବ ଏହି ସେବା । ବସରେ ଯାତ୍ରା ବେଳେ ୟୁନିଫର୍ମରେ ରହିବା ସହ ଆଇକାର୍ଡ ପକାଇବେ ଛାତ୍ରଛାତ୍ରୀ । ବର୍ତ୍ତମାନର ବସ ରୁଟ ଟାଇମିଂରେ ସଂଶୋଧନ କରିବ ଓଏସଆରଟିସି । ସଂଶୋଧିତ ରୁଟରେ ସର୍ବାଧିକ ସ୍କୁଲ ଥିବା ରାସ୍ତାକୁ ସାମିଲ କରାଯିବ ।