ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ

ଶନିବାର ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ ଆୟୁକ୍ତ(ଇସିଆଇ) ଜ୍ଞାନେଶ କୁମାର। ସେ ୩ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହା ପରେ ପୁରୀରୁ ସେ କୋଣାର୍କ ଯିବେ।ଗସ୍ତର ଦ୍ବିତୀୟ ଦିନ ଅର୍ଥାତ ୨୮ ତାରିଖରେ ସେ ଐତିହ୍ୟ ଗ୍ରାମ ରଘୁରାଜପୁର ଯିବେ। ସେଠାରୁ ଫେରି ଧଉଳି, ଖଣ୍ଡଗିରି, ଉଦୟଗିରି, ମୁକ୍ତେଶ୍ଵର ମନ୍ଦିର ବୁଲିବେ।ମୁଖ୍ୟ ନିର୍ବାଚନ କମିଶନର ଡିସେମ୍ବର ୨୯ ତାରିଖ (ସୋମବାର) ଅପରାହ୍ନ ୩.୦୦ ଘଟିକାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଅଧ୍ୟକ୍ଷତା କରି ସେମାନଙ୍କୁ ସମ୍ବୋଧନ କରିବେ ଏବଂ ସେହିଦିନ ରାତିରେ ଭୁବନେଶ୍ୱରରୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯକ୍ରମ ରହିଛି ।