ମୁଣ୍ଡ କିମ୍ବା ମସ୍ତିଷ୍କରେ ଆଘାତ କୌଣସି ସଂକ୍ରମଣ ଯୋଗୁଁ ଦୃଷ୍ଟି ଶକ୍ତି ହରାଉଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ନ୍ୟୁରନ୍‌ .

ମୁଷା ମୁଣ୍ଡରେ ମଣିଷ ମସ୍ତିଷ୍କରେ ଥିବା ନ୍ୟୁରନ୍‌ । ଏପରି ଘଟଣା ଆମେରିକାରେ ଘଟିଛି । ମସ୍ତିଷ୍କରେ ବାହାରର ନ୍ୟୁରନ୍‌କୁ ଅସ୍ତ୍ରୋପଚାର କରି ଲଗାଯାଇଛି । କ୍ଷତିଗ୍ରସ୍ତ ମସ୍ତିଷ୍କରେ ଏହା କିପରି କାମ କରୁଛି ବୈଜ୍ଞାନିକମାନେ ତାହାର ଅନୁଧ୍ୟାନ କରୁଛନ୍ତି । ପେନସିଲଭାନିଆରେ ଗବେଷକମାନେ ଏପରି ଗବେଷଣା କରିଛନ୍ତି ।

ଗବେଷଣାଗାରରେ ପ୍ରସ୍ତୁତ କରାଯାଇଥିବା ମଣିଷ ମସ୍ତଷ୍କର ନ୍ୟୁରନ୍‌କୁ ମୂଷାର ଆଖିକୁ ନିୟନ୍ତ୍ରଣ କରୁଥିବା ମସ୍ତିଷ୍କର ଅଂଶରେ ପ୍ରତିରୋପଣ କରାଯାଇଛି । ଏହା କିପରି କାର୍ଯ୍ୟ କରୁଛି ବୈଜ୍ଞାନିକମାନେ ତାହାର ଅନୁଧ୍ୟାନ କରୁଛନ୍ତି । ୪୬ଟି ମୂଷା ଉପରେ ଗତ ଦୁଇ ମାସ ଧରି ଏହି ଗବେଷଣା କରାଯାଇଛି । ଭିଜୁଆଲ୍‌ କୋରଟେକ୍ସକୁ ବାହାର କରାଯାଇଛି ସେଠାରେ ଲ୍ୟାବ ଗ୍ରୋନ୍‌ ନ୍ୟୁରୋନ ପ୍ରତିରୋପଣ କରାଯାଇଛି ।

ମୁଣ୍ଡ କିମ୍ବା ମସ୍ତିଷ୍କରେ ଆଘାତ କୌଣସି ସଂକ୍ରମଣ ଯୋଗୁଁ ଦୃଷ୍ଟି ଶକ୍ତି ହରାଉଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହା ବେଶ୍‌ ଭଲ କାର୍ଯ୍ୟ କରିବ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି ।