ମୂଷାଙ୍କ ମୁହାଁରେ ଜୟ ଜଗନ୍ନାଥ ଉଚ୍ଚାରଣ ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେବତା, ଦାନବ, ଯକ୍ଷ, ମାନବ ଯେପରି ଆତୁର ହୋଇଥାନ୍ତି, ସେହିପରି ପଶୁପକ୍ଷୀ ମଧ୍ୟ ତାଙ୍କ ଆଶିଷ ଲାଭ କରିବା ପାଇଁ ବ୍ୟାକୁଳ ହୋଇ ଉଠିଥାନ୍ତି। କେବଳ ମଣିଷ ନୁହେଁ କ୍ଷୁଦ୍ର ପ୍ରାଣୀ ଓ କୀଟ ମଧ୍ୟ ମହାପ୍ରଭୁଙ୍କ ଭକ୍ତ।ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଅଦ୍ଭୁତ ଦୃଶ୍ୟ । କିଛି ଦିନ ପୂର୍ବରୁ ଜଣେ ମହିଳା ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ବେଳେ ସାଙ୍ଗରେ ଦୁଇଟି ମୂଷା ଆଣିଥିଲେ । ତେବେ ଭକ୍ତ ଜଣକ ଜୟ ଜଗନ୍ନାଥ କହିବା ମାତ୍ରେ ମୂଷା ମଧ୍ୟ ତାଙ୍କ ସହିତ ଜୟ ଜଗନ୍ନାଥ କହୁଥିବା ଦେଖିବାକୁ ମିଳିଛି |ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର କୋଲକାତାରୁ ଜଣେ ମହିଳା ଭକ୍ତ ପୁରୀ ବୁଲିବାକୁ ଆସିଥିବା ବେଳେ ସେ ତାଙ୍କ ସହିତ ଦୁଇଟି ମୂଷା ଆଣିଥିଲେ। ତନ୍ମଧ୍ୟରୁ ଗୋଟିଏ କଳା ଓ ଅନ୍ୟଟି ଧଳା ରଙ୍ଗର ଥିଲା। ସ୍ନେହରେ ଦୁହଁଙ୍କୁ ‘ଗୋଲୁ ମୋଲୁ’ଡାକୁଥିଲେ।

ଉଭୟଙ୍କୁ ସେ ଶୀତବସ୍ତ୍ର ପିନ୍ଧାଇଥିଲେ। ଅନ୍ୟ ମୂଷାଙ୍କ ଠାରୁ ଉକ୍ତ ମୂଷା ଦ୍ୱୟ ଭିନ୍ନ ବୋଲି ସେ କହିଥିଲେ। କାରଣ ସେ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କୁ ପ୍ରଣିପାତ କଲା ଭଳି ମୂଷା ଦ୍ୱୟ ମୁଣ୍ଡିଆ ମାରିଥିଲେ। ଏପରି କି ସେ ‘ଜୟ ଜଗନ୍ନାଥ’ କହିଲେ ମୂଷା ଦୁଇଟି ଚୁଁ ଚୁଁ ଶବ୍ଦ କରି ତାହାକୁ ପରିପ୍ରକାଶ କରୁଥିଲେ।