ମେଡିସିନ ଖାଉଥିଲେ ସତର୍କ ରୁହନ୍ତୁ |

ସମସ୍ତେ ମେଡ଼ିସିନ ତ ଖାଉଛନ୍ତି କିନ୍ତୁ ଏହା କିପରି ଖାଇବା ଉଚିତ ତାହା କେହି ଜାଣିନାହାନ୍ତି। ମେଡ଼ିସନ ଖାଇବାର ମଧ୍ୟ କିଛି ନା କିଛି ଉପାୟ ରହିଛି। ମନ ଇଚ୍ଛା ଏମିତି ମେଡ଼ିସନ ଖାଇଲେ ହୁଏତ ରୋଗ ଶୀଘ୍ର ଭଲ ହେବ ନାହିଁ। ତେଣୁ ଆମେ ଆଜି ଆପଣଙ୍କୁ କହିବୁ ମେଡ଼ିସିନ ଖାଇବାର ପ୍ରକୃତ ତରିକା। ଆଜି କାଲି ରୋଗ ଯେମିତି ସାଙ୍ଗ ହେଇଗଲାଣି । ସେ ପେଟ ଖରାପ ହେଉ କିମ୍ବା ଜର, ଥଣ୍ଡା । ସବୁଥିରେ ଔଷଧର ଆବଶ୍ୟକତା ପଡୁଛି । ହେଲେ ଔଷଧ ଆପଣ କେମିତି ଖାଉଛନ୍ତି । ଆଉ ରୋଗରୁ ମୁକ୍ତି ହେବାକୁ କେତେ ସମୟ ଲାଗୁଛି ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଅନେକ ଥର ଦେଖାଯାଏ ଔଷଧର ପ୍ରଭାବ ଦେଖାଯାଏ । ଆଉ କେବେ କେବେ ଔଷଧର ପ୍ରଭାବ ଦେଖାଯାଏ ନାହିଁ। ଏଭଳି କାହିଁକି ହୋଇଥାଏ କୌଣସି ଔଷଧ କେବେ ବହୁତ ଭଲ ଫଳ ଦେଇଥାଏ ତ ପୁଣି କେବେ ବିଲକୁଲ କାମ ଦିଏନି । ଏହାକୁ ବୁଝିବା ପାଇଁ ଆମେରିକାର ଜନ୍ସ ହପକିନ୍ସ ୟୁନିଭରସିଟି ଏକ ରିସର୍ଚ୍ଚ କରିଛି । ରିସର୍ଚ୍ଚରେ ଏହି ପ୍ରଶ୍ନର ଉତ୍ତର ମିଳିଲା କି ପ୍ରକୃତରେ ଔଷଧ କେବେ ଶୀଘ୍ର ପ୍ରଭାବ ଦେଖାଇଥାଏ ଆଉ କେବେ ଧିରେ । ଅନୁସନ୍ଧାନକାରୀଙ୍କ କହିବା କଥା ଯେତେବେଳେ ବି ମଣିଷ କୌଣସି ଔଷଧ ଖାଇଥାଏ ତେବେ ତାହା ରକ୍ତରେ ମିଶିବା ପରେ ନିଜର ପ୍ରଭାବ ଦେଖାଇଥାଏ । କୌଣସି ବି ଔଷଧକୁ ରକ୍ତରେ ମିଶିବା ପାଇଁ ପେଟ ଓ ଅନ୍ତନଳୀ ଦେଇ ଯିବାକୁ ପଡେ ।

ଏହି ପୁରା ପ୍ରକ୍ରିୟାରେ କେତେ ସମୟ ଲାଗିବ । ଏହା ସବୁ ଔଷଧ ନେବା ସମୟରେ ରୋଗୀର ବସିବା ଓ ଶୋଇବା ଉପରେ ନିର୍ଭର କରିଥାଏ ।ଅନୁସନ୍ଧାନକାରୀଙ୍କ ହିସାବରେ ଔଷଧ କେତେ ଶୀଘ୍ର ତାର ପ୍ରଭାବ ଦେଖାଇବ ଏହା ରୋଗୀର ବଡି ପୋଶ୍ଚର ଦାୟୀ । ଜନ୍ସ ହପକିଙ୍ଗ୍ସ ୟୁନିଭରସିଟିର ଅନୁସନ୍ଧାକାରୀଙ୍କ କହିବା କଥା ଯଦି ଆପଣ ଚାହୁଁଛନ୍ତି କିଔଷଧର ପ୍ରଭାବ ଶୀଘ୍ର ହେଉ ତେବେ ରୋଗୀକୁ ସିଧା ବସିବା ଅପେକ୍ଷା ଡାହାଣ କଡକୁ ମାଡି ତଳକୁ ନଇଁକି ବସିବା ଠିକ ହେବ । ଏହାକୁ ବୁଝାଇବା ପାଇଁ ଜଣେ ଅନୁସନ୍ଧାନକାରୀ ଏକ ମଣ୍ଡଳ ତିଆରି କଲେ । ଯାହା ପେଟର କମ୍ପୁଟର ମଣ୍ଡଳ କୁହାଯିବ । ମଣ୍ଡଳ ଦ୍ୱାରା ଏହା କୁହାଗଲା କି ଔଷଧ କେବେ ଓ କେମିତି ଅଧିକ କାମ କରେ ।

ଔଷଧକୁ ଯେତେବେଳେ ଡାହାଣ ଆଡକୁ ନଇଁକି ନିଆଯାଏ ତେବେ ତାହା ପେଟର ସିଧା ଭିତରକୁ ଯାଇଥାଏ ଓ ଅତିଶୀଘ୍ର ମିଶିଯାଇ ତାର ପ୍ରଭାବ ଦେଖାଇଥାଏ । ରିସର୍ଚ୍ଚ ସମୟରେ ସାମନାକୁ ଆସିଛି କି ବାମ ପଟକୁ ନଇଁକି ବସିବା ଦ୍ୱାରା ଶରୀରରେ ଔଷଧର ଅବଜର୍ଭେସନ କମ ହୋଇଥାଏ । ଏଥିପାଇଁ ଏହାର ପ୍ରଭାବ ବି ଧିରେ ହୋଇଥାଏ । ଅନୁସନ୍ଧାନକାରୀଙ୍କ କହିବା କଥା କି ସିଧା ବସିବା ତୁଳନାରେ ବାମ ପଟକୁ ନଇଁକି ବସିବା ଦ୍ୱାରା ଔଷଧର ପ୍ରଭାବ ବା କାମ ୫ଗୁଣା ଯାଏଁ ଧିର ହୋଇୟାଏ । ଫଳରେ ତାହା ବେଳେ ବେଳେ କାମ କରିନଥାଏ ।