ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ ବଡ଼ ହଙ୍ଗାମା । ମେସିଙ୍କୁ ଦେଖି ନପାରିବାରୁ ପ୍ରଶଂସକ ମାନଙ୍କ ମଧ୍ୟରେ ବଡ଼ ବିଶୃଙ୍ଖଳା ଦେଖା ଦେଇଛି ।ସୂଚନାରୁ ପ୍ରକାଶ, ଲିଓନେଲ୍ ମେସି କୋଲକାତାର ଲେକ୍ ସିଟିରେ ତାଙ୍କର ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ପରେ ସେ ବଲିଉଡ୍ ଷ୍ଟାର ଶାହରୁଖ ଖାନ ଏବଂ ଆରପିଜିଏସ୍ ଗ୍ରୁପ୍ ମାଲିକ ସଞ୍ଜିବ ଗୋଏଙ୍କାଙ୍କୁ ଭେଟିଥିଲେ। ତା’ପରେ ସେ କୋଲକାତାର ସଲ୍‌ଟ ଲେକ୍ ଷ୍ଟାଡିୟମକୁ ଯାଇଥିଲେ, ଯେଉଁଠାରେ ପ୍ରଶଂସକମାନେ ତାଙ୍କର ଏକ ଝଲକ ଦେଖିବାକୁ ପୂର୍ବରୁ ଜଗିଥିଲେ। ସେଠାରେ ଏକ ବିରାଟ ଭିଡ଼ ଥିଲା ଏବଂ ମେସି ପଡ଼ିଆରେ ଥିବା ସମସ୍ତଙ୍କୁ ହାତ ହଲାଇଥିଲେ। ପରେ, ଅନେକ ଲୋକ ତାଙ୍କ ପାଖକୁ ଆସିବାକୁ ଲାଗିଲେ। ଏହା ପରେ, ସେ ଶୀଘ୍ର ଷ୍ଟାଡିୟମ ଛାଡି ଚାଲିଗଲେ। ମେସି ଷ୍ଟାଡିୟମ୍ ଛାଡିବା ପରେ ପଡିଆ ଭିତରକୁ ଧସେଇ ପଶିଲେ କ୍ରୋଧିତ ଫ୍ୟାନ୍ସ। ମେସିଙ୍କୁ ନଦେଖିବାରୁ ପ୍ରବଳ ଗଣ୍ଡଗୋଳ କଲେ। ଷ୍ଟାଡିୟମ୍‌ରେ ଫ୍ୟାନ୍ ଭାଙ୍ଗିବା ସହ ଚେୟାର ଭାଙ୍ଗି, ବୋତଲ ଫିଙ୍ଗି, ପୋଷ୍ଟର ଚିରି ପ୍ରତିବାଦ କରିଛନ୍ତି ଫ୍ୟାନ୍ସ। ଇଭେଣ୍ଟର ଟିକେଟ୍ ମୂଲ୍ୟ ₹୫,୦୦୦ ରୁ ₹୨୫,୦୦୦ ପର୍ଯ୍ୟନ୍ତ ଥିଲା, କିନ୍ତୁ ଫ୍ୟାନ୍ସ ମେସିଙ୍କୁ ଦେଖିପାରିଲେ ନାହିଁ, ଯାହା ପ୍ରଶଂସକମାନଙ୍କୁ ଉତ୍ତେଜିତ କରିଦେଇଥିଲା।