ମେ’ ୧୭ ତାରିଖ, ବୁଧବାର ରାଶିଫଳ |

ମେଷ: ଧନସମ୍ପଦ ଭରପୂର ରହିବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ବଳଶାଳୀ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଆୟୁଷ୍ମାନ୍‌ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଲାଭକାରୀ ଦିନ ଭାବେ ବିବେଚିତ ହେବ। କର୍ମଚଞ୍ଚଳ ରହିବେ। ଏକାନ୍ତରେ ତପ ଓ ସାଧନାରେ ବ୍ରତୀ ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବେ। ସାହସୀ ଓ ଜ୍ଞାନୀ ହେବେ।
ମିଥୁନ: ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଧନଲାଭର ସୂଚନା ମିଳୁଛି। କରିତ୍‌କର୍ମା ହେବେ।
କର୍କଟ: କୁଳ ପ୍ରଦୀପ ହେବେ। ମନପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତସମ୍ପନ୍ନ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପରିବାର ପ୍ରତି ସ୍ନେହଭାବ ବଢ଼ିବ।

ସିଂହ:ମନ ଅସୁବିଧାରେ ରହିବ। ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ। ଧନ କ୍ଷୟର ଯୋଗ ରହିଛି। ଚାକିରିରେ ସୁଯୋଗ ସାଙ୍ଗଙ୍କ ସାହାଯ୍ୟରେ ମିଳିବ। ପୂର୍ବ ସମସ୍ୟାର ସମାଧାନ ହେବ।

କନ୍ୟା: ଶାରୀରିକ ପୀଡା ଅନୁଭବ କରିବେ। ମନ ଖୁସି ରହିବ। ଶିକ୍ଷାଗତ କାର୍ଯ୍ୟରେ ଆଗ୍ରହୀ ହେବେ। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଚାକିରି କ୍ଷେତ୍ରରେ ଆପଣ ସଫଳତା ପାଇବେ। ଭାଇମାନଙ୍କ ସାହାଯ୍ୟରେ ନୂଆ କାମ ଆରମ୍ଭ ହେବ।

ତୁଳା: କିଛି ବିଶେଷ ସଫଳତା ହାସଲ ପାଇଁ ଆଶାବାଦୀ ହୋଇ ରହିବେ। କଳା କିମ୍ବା ସଙ୍ଗୀତ ପ୍ରତି ଇଚ୍ଛା ବଢିପାରେ। ବ୍ୟବସାୟରେ ଅସୁବିଧା ହୋଇପାରେ। ଆପଣ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଲାଭ ପାଇଁ ସୁଯୋଗ ପାଇପାରିବେ। ପ୍ରଗତିର ରାସ୍ତା ଖୋଲାଯିବ।

ବିଛା: ନୂତନ କର୍ଯ୍ୟରମ୍ଭ ପାଇଁ ଆଲୋଚନା କରିବେ। ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ। ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ମା’ଙ୍କ ସାଥୀ ପାଇବେ। ଯାନର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ବୃଦ୍ଧି ପାଇବ। ପତି ପତ୍ନୀଙ୍କ ସହଯୋଗ ରହିବ।

ଧନୁ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ ଓ ତେଜସ୍ବୀ ହେବେ।
ମକର: ଉଦାର ସ୍ବଭାବସମ୍ପନ୍ନ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମକାରୀ ହେବେ। ଜଳଯାତ୍ରା ପ୍ରତି ବିପଦ ଅଛି। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
କୁମ୍ଭ: ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜଙ୍କଠାରୁ ଆଦର, ଭକ୍ତି ଓ ସମ୍ମାନ ମିଳିବ। ଅର୍ଥାଗମ ହେବ। ସର୍ବତ୍ର ବିଜୟୀ ହେବେ।
ମୀନ: ଭାଗ୍ୟଶାଳୀ, ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାରଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି।