ମୋବାଇଲ୍ ଟ୍ୟାଙ୍କରରେ ବିକ୍ରି କ୍ଷୀରର ମାନ ଯାଞ୍ଚ

କଟକରେ ମୋବାଇଲ କ୍ଷୀର ଟ୍ୟାଙ୍କର ଯାଞ୍ଚ । କଟକ ମହାନଗର ନିଗମ ଫୁଡ଼ ସେଫ୍ଟି ଟିମ ପକ୍ଷରୁ ଯାଞ୍ଚ କରାଯାଇଛି । ବିଭିନ୍ନ କ୍ଷୀର ବିତରକ କାଉଣ୍ଟର ଯାଇ ଯାଞ୍ଚ କରିଛି ଟିମ୍ । ଏହାସହ ଯେଉଁମାନେ ଗାଈ ରଖି ଦୁଗ୍ଧ ବ୍ୟବସାୟ କରୁଛନ୍ତି ସେଠାରେ ମଧ୍ୟ ସିଏମସି ସ୍ବାସ୍ଥ୍ୟ ବିଭାଗ ଓ ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ନମୁନା ସଂଗ୍ରହ କରାଯିବା ସହ ମାନ ଯାଞ୍ଚ କରାଯାଇଛି । କ୍ଷୀର ସହ ଛେନା, ପନିର ଆଦି ଦୁଗ୍ଧ ଜାତୀୟ ଦ୍ରବ୍ୟ ଗୁଡିକର ମଧ୍ୟ ମାନ ଯାଞ୍ଚ ହୋଇଛି ।

ତେବେ ଫୁଡ୍ ଲାଇସେନ୍ସ ନଥାଇ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି କରୁଥିବା ଅଭିଯୋଗରେ କିଛି ବ୍ୟବସାୟୀଙ୍କ ଉପରେ ମଧ୍ୟ ଜରିମାନା ଲାଗୁ କରାଯାଇଛି ।