ଯଦି କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ

ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ବିଏଚୟୁ ଅଧ୍ୟୟନକୁ ଆଇସିଏମଆର ଆପତ୍ତି କରିଛି।ଷ୍ଟଡିରେ ଦାବି କରାଯାଇଥିଲା ଯେ କୋଭାକ୍ସିନ ଦ୍ୱାରା ଷ୍ଟ୍ରୋକ୍ ଏବଂ ଗୁଇଲେନ-ବେରେ ସିନଣ୍ଡ୍ରୋମ (ଜିବିଏସ)ର ବିରଳ ବିପଦକୁ ବଢାଇଛି । ଆଇସିଏମଆର ନ୍ୟୁଜିଲାଣ୍ଡ ସ୍ଥିତ ଡ୍ରଗ ସେଫ୍ଟି ଜର୍ନାଲର ସମ୍ପାଦକଙ୍କୁ ଚିଠି ଲେଖିଛି । ଏଥିରେ କୁହାଯାଇଛି ଯେ ସେ ବିଏଚୟୁ ଲେଖକ ଦ୍ୱାରା ନିକଟରେ ପ୍ରକାଶ କରାଯାଇଥିବା କୋଭାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା ଅଧ୍ୟୟନକୁ ହଟାଇ ଦେବେ କାରଣ ପେପରେ ଶୀର୍ଷ ଅନୁସନ୍ଧାନ ସଂସ୍ଥା ନାଁ ଭୁଲ ଏବଂ ଭ୍ରମିତ ରୂପେ ଦିଆଯାଇଛି ।ଚିଠିରେ ଲେଖାଯାଇଛି ଯେ ଆଇସିଏମଆର ଏହି ଅଧ୍ୟୟନରେ ସାମିଲ ନାହିଁ ।

ଏହାସହ ଏଥିରେ ତାଙ୍କ ତରଫରୁ କୌଣସି ପ୍ରକାର ଆର୍ଥିକ କିମ୍ୱା ବୈଷୟିକ ସହାୟତା ପ୍ରଦାନ କରାଯାଇ ନାହିଁ । ଏଥିରେ ଆହୁରି କୁହାଯାଇଛି ଯେ ଏହା ବ୍ୟତୀତ ଆପଣ ବିନା କୌଣସି ପୂର୍ବ ମଞ୍ଜୁରୀ କିମ୍ୱା ସୂଚନାରେ କହିଛନ୍ତି ଯେ ଆଇସିଏମଆର ଅନୁସନ୍ଧାନ ପାଇଁ ସମର୍ଥନ ଦେଇଛି, ଯାହା ଅନୁଚିତ ଏବଂ ଗ୍ରହଣୀୟ ନୁହେଁ । ଅଧ୍ୟୟନର ଲେଖକଙ୍କୁ ସେମାନଙ୍କ ବିରୋଧରେ ଆଇନଗତ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟୀକରଣ ମଧ୍ୟ ମାଗିଛନ୍ତି । ଉଲ୍ଲେଖଯୋଗ୍ୟ କରୋନା ଟୀକା କୋଭାକ୍ସିନକୁ ଭାରତ ବାୟୋଟେକ୍ ପକ୍ଷରୁ ଆଇସିଏମଆର ଏବଂ ଏନଆଇଭି ସଂସ୍ଥା ସହଯୋଗରେ ବିକଶିତ କରାଯାଇଥିଲା ।