ଯମୁନା ସୋନୱାଲ ଗ୍ଲୋରୀ କୁଇନ ୨୦୨୪

ତିରୁପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ଛାତ୍ରୀ ଯମୁନା ସୋନୱାଲ ଚଳିତ ବର୍ଷର ଗ୍ଲୋରୀ କୁଇନ ହୋଇଛନ୍ତି। ଶୁକ୍ରବାର ପୁରୀ ବେଳାଭୂମିରେ ଅନୁଷ୍ଠିତ ଗ୍ଲୋରୀ ଫେଷ୍ଟ୍ ଉଦଯାପନ ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯାଇଛି। ଚାରି ଦିନ ବ୍ୟାପି ଚାଲିଥିବା ଏହି ଉତ୍ସବରେ ସାମିଲ ହୋଇଥିଲେ ରାଜ୍ୟ ବାହାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟର ୩୫୦ରୁ ଅଧିକ ଛାତ୍ରଛାତ୍ରୀ । ଶେଷଦିନରେ ୧୮ଟି ବିଭାଗରେ ଅନୁଷ୍ଠିତ ହୋଇଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି|ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡାକ୍ତର ସମ୍ବିତ ପାତ୍ର, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଶଙ୍କର ପରିଡା, ଶିଳ୍ପପତି ରାଜ କିଶୋର ପାତ୍ର, ପ୍ରଭାସ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଜାତୀୟ ଯୁବ ସମନ୍ଵିତ କେନ୍ଦ୍ର ପକ୍ଷରୁ ୪ ଦିନ ଧରି ଜାତୀୟ ଅନ୍ତଃ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେଇଥିଲା।

ଯୁବ ପ୍ରତିଭା ଅନ୍ବେଷଣ ତଥା ଯୁବଗୋଷ୍ଠୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ୨୭ ବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଏହି ଉତ୍ସବ । ଏହି ଅବସରରେ ପୁରୀ ଟାଉନ୍ ହଲରେ କୁଇଜ୍‌, ସ୍କିଟ୍‌, ଅନ୍ତାକ୍ଷରୀ, ରେକର୍ଡ଼ ଡ୍ୟାନ୍ସ, ଓ ଗ୍ଲୋରୀ କୁଇନ୍ ଆଦି ପ୍ରତିଯୋଗିତା ହୋଇଥିଲା । ତେବେ ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ତିଶା ମିଶ୍ର ଦ୍ଵିତୀୟ ଏବଂ ହାଇଟେକ୍ ନର୍ସିଂ କଲେଜ ଛାତ୍ରୀ ଅଭିଲିପ୍ସା ନାୟକ ତୃତୀୟ ରନର୍ସ ଅପ୍ ହୋଇଛନ୍ତି।