ଯାଞ୍ଚ କଡ଼ାକଡ଼ି କରିବାକୁ ଆରଟିଓଙ୍କୁ ପରିବହନ ଆୟୁକ୍ତଙ୍କ ଚିଠି
ନୂଆ ବର୍ଷକୁ ଦୃଷ୍ଟୀରେ ରଖି ମଦ ପିଇ ଗାଡ଼ିଚାଳନା ରୋକିବାକୁ ଆଜି କାଲି ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ । ଏନେଇ ସବୁ ଆରଟିଓଙ୍କୁ ଚିଠି ଲେଖିଲେ ପରିବହନ କମିଶନର । ମଦ ପିଇ ଡ୍ରାଇଭ୍, ମାତ୍ରାଧିକ ସ୍ପିଡ୍, ବିନା ହେଲମେଟ୍ରେ ଗଲେ ତଣ୍ଡ କଟାଯିବ । ସେହିପରି ବାଇକରେ ୩ ଜଣ ବସି ଯାତ୍ରା କଲେ ଏବଂ ରଙ୍ଗ ରୁଟ୍ରେ ଗଲେ ତଣ୍ଡ ଗଣିବେ। ଦୁଇ ଦିନ ପାଇଁ ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ ନେଇ ସୂଚନା ଜାରି କରାଯାଇଛି। ୧ ତାରିଖ ଭିତରେ ସମସ୍ତ ପ୍ରକାର ଇ-ଚାଲାଣ ନେଇ ଜଣାଇବାକୁ ଚିଠିରେ ନିର୍ଦେଶ ଦିଆଯାଇଛି।
