ଯାତ୍ରାକଳାକାର ଦେବୀ ପ୍ରସାଦ ରଥଙ୍କର ପରଲୋକ

ଯାତ୍ରାକଳାକାର ଦେବୀ ପ୍ରସାଦ ରଥଙ୍କର ପରଲୋକ ହୋଇଛି । ଆଜି ଭୋର ସମୟରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ଜଗତସିଂହପୁର ପାରାଦୀପ ଗଡ ସ୍ଥିତ ବାସଭବନରେ ହୃଦଘାତରେ ସେ ଆଖି ବୁଜିଛନ୍ତି । ତେବେ ଡିଜେ ସାଉଣ୍ଡ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଘର ଲୋକ ଅଭିଯୋଗ କରିଛନ୍ତି ।

ଚାର୍‌ ଶୋ ବିସ୍‌ ନାଟକରେ ଅଭିନୟର ଯାତ୍ରା ଆରମ୍ଭ ହୁଏ ତ ସେ ପାଲଟିଯାଆନ୍ତି ଯାତ୍ରାର ଚାର୍‌ ଶୋ ବିସ୍‌ କଳାକାର। ‘ଗରୀବ କାନ୍ଦେ କାହିଁକି’ ନାଟକରୁ ତାଙ୍କୁ ମିଳେ ଯାତ୍ରା ଜଗତରେ ସ୍ବତନ୍ତ୍ର ପରିଚୟ। ତାରପୁର ଅପେରାରୁ ଅଭିନୟର ଶୁଭଖୁଣ୍ଟି ପୋତି ସେହି ଗୋଟିଏ ମଞ୍ଚରେ ୨୬ ବର୍ଷ ରହି ଦେବୀ ରଥ ଦର୍ଶକଙ୍କୁ ଭେଟିଦେଇଛନ୍ତି ଅନେକ ହସ, କାନ୍ଦ, କୋଧ ଆଉ କୋହର ସମ୍ମିଶ୍ରଣ ଅଭିନୟ। ପରେ ପରେ ତୁଳସୀ ଗଣନାଟ୍ୟରେ ୮ ବର୍ଷ ଏବଂ ପରେ ଇଷ୍ଟର୍ଣ୍ଣ ବ୍ଳୁ ରେ ୬ ବର୍ଷ ରହି ଶତାଧିକ ନାଟକରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଯାତ୍ରା ଜଗତର ଏହି ପତାମହ ଭିଷ୍ମ। ୨୦୧୭ରୁ ଯାତ୍ରା ଜଗତରୁ ବିଦାୟ ନେଇଥିଲେ ଦେବୀ ପ୍ରସାଦ । ୪୨ ବର୍ଷ ଧରି ଡ୍ରାମା ରୁ ଅଭିନୟ କରି ଯାତ୍ରା ମଞ୍ଚରେ ଅଭିନୟ ଜାରି ରଖିଥିଲେ । ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ସେ ଅଭିନୟ କରିଥୁଲେ ।