ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ

ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ ହୋଇଛି । ଯାତ୍ରା ଅଷ୍ଟଶମ୍ଭୁ ଖଳନାୟକ ନରୀ ଭାଇ ଭାବେ ବେଶ ପରିଚିତ ଅଭିନେତା ଆଉ ନାହାଁନ୍ତି । ଆଜି ସାକଳୁ ନରେନ୍ଦ୍ରଙ୍କ ଛାତିରେ ହଠାତ୍‌ ଯନ୍ତ୍ରଣା ଅନୁଭବ ହେବାରୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ । ହେଲେ ପୁନଃ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତେବେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ନରେନ୍ଦ୍ର ଦାସଙ୍କ ଘର ଜଗତସିଂହପୁର ଜିଲା ଡିହସାହିରେ । ଚଳିତ ବର୍ଷ ସେ ଅଷ୍ଟଶମ୍ଭୁ ଅପେରାରେ ଖଳାନାୟକ ଭାବେ ଯୋଗ ଦେଇଥିଲେ । ପୂର୍ବରୁ ସେ ଅନ୍ୟ ଲୋକପ୍ରିୟ ଗଣନାଟ୍ୟରେ କାମ କରିଛନ୍ତି । ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି ।