ଯୁକ୍ତ ଦୁଇ ସିଲାବସରେ ପରିବର୍ତ୍ତନ, ବାଧ୍ୟତାମୂଳକ ଇଂରାଜୀ ବିଷୟରେ ରହିବ ‘ପରିବେଶ ଶିକ୍ଷା’

ଯୁକ୍ତ ୨ ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଛି । ଏଣିକି ବାଧ୍ୟତାମୂଳକ ଇଂରାଜୀରେ ‘ପରିବେଶ ଶିକ୍ଷା’ ୟୁନିଟ୍ ରହିବ ।ପରିବେଶ ଏବଂ ମୂଲ୍ୟବୋଧ ଶିକ୍ଷା ଉପରେ ଆସିବ ପ୍ରଶ୍ନ।୨୦୨୫-୨୬ ଶିକ୍ଷା ବର୍ଷର ଯୁକ୍ତ ୨ ଛାତ୍ରଛାତ୍ରୀ ଦେବେ ପରୀକ୍ଷା। ୨୦୨୬ ବୋର୍ଡ ପରୀକ୍ଷାରେ ଉଭୟ ବିଷୟରେ ପ୍ରଶ୍ନ ଆସିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।