ଯୁବକରୁ ଯୁବତୀ ପାଲିଟିଛନ୍ତି ବାଲେଶ୍ୱରର ରିଙ୍କି ବାରିକ

ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ। ସମାଜରେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ସହ ଅବହେଳିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବାଲେଶ୍ବର ଜିଲା ଜଳେଶ୍ବର ବ୍ଲକ ନମକାନା ଗ୍ରାମର ଅଜୟ ବାରିକ(୩୮)।ପୁଅ ହୋଇ ଜନ୍ମ ହୋଇଥିଲେ ମଧ୍ୟ ପିଲାଟି ଦିନରୁ ଝିଅଙ୍କ ଭଳି ଆଚରଣ କରୁଥିଲେ।ଝିଅମାନଙ୍କ ସହିତ ସାଙ୍ଗ ହେବାକୁ ପସନ୍ଦ କରୁଥିଲେ। ନିଜକୁ ଜଣେ ଝିଅ ଭାବି ସମସ୍ତ କାର୍ୟ୍ୟ କରୁଥିଲେ। ବୟସ ବଢିବା ପରେ ପୁଅ ଶରୀରର ପରିବର୍ତନ ପାଇଁ ନିଷ୍ପତି ନେଇଥିଲେ। ନିଜ ଶରୀରରେ ଝିଅଙ୍କ ହରମୋନ ପ୍ରବାହିତ ହେଉଥିବା ଡାକ୍ତରଙ୍କ ଠାରୁ ଜାଣିବା ପରେ ଝିଅ ହେବାର ଇଚ୍ଛା ଆହୁରି ବଢ଼ିଗଲା।

ଦିଲ୍ଲୀରେ ଅସ୍ତ୍ରୋପଚାର କରି ଅଜୟରୁ ରିଙ୍କି ବାରିକ ପାଲଟିଯାଇଛନ୍ତି। ନିଜ ପରିବାର ଲୋକଙ୍କ ସହମତି କ୍ରମେ ୨୦୨୨ ଡିସେମ୍ବରରେ ଦିଲ୍ଲୀସ୍ଥିତ ଓଲମେକ ହସପିଟାଲର ଡାକ୍ତର ନରେନ୍ଦ୍ର କୌଶିକଙ୍କ ତତ୍ତ୍ୱାବଧାନରେ ଅସ୍ତ୍ରୋପଚାର କରାଇଥିଲେ ଅଜୟ। ସମସ୍ତ ପରୀକ୍ଷା ନିରୀକ୍ଷା ପରେ ବିଶେଷଜ୍ଞ ଡାକ୍ତରୀ ଟିମ୍‌ଙ୍କ ଦ୍ବାରା ଅନେକ ପ୍ରକାର ସର୍ଜରୀ କରାଯିବା ସହ ପ୍ରାୟ ୬ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପରେ ସେ ଅଜୟ ବାରିକରୁ ରିଙ୍କି ବାରିକର ପରିଚୟ ପାଇଥିଲେ। ଅନେକ ସମୟରେ କନ୍ୟା ଭୃଣହତ୍ୟା ଭଳି ଘଟଣା ନଜରକୁ ଆସୁଛି। ନାରୀ ସୁରକ୍ଷିତ ନୁହନ୍ତି। ବାରମ୍ୱାବ ଦୁଷ୍କର୍ମ, ନିର୍ୟ୍ୟାତନା ଖବର ଆସୁଛି। ଏଭଳି ସ୍ଥିତିରେ ଜଣେ ନାରୀ ହିଁ ନାରୀ କଥା ବୁଝି ପାରିବ ତେଣୁ ନିଜକୁ ନାରୀ ଭାବେ ବଦଳାଇଛନ୍ତିରିଙ୍କି ବାରିକ।