ରକୁଲ୍ ଏବଂ ଜ୍ୟାକିଙ୍କୁ ବିବାହ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ରକୁଲ୍ ପ୍ରୀତ ସିଂ ଏବଂ ଜ୍ୟାକି ଭଗନାନୀ ପରସ୍ପରଙ୍କୁ ଜୀବନସାଥି କରିଛନ୍ତି । ଦୁହେଁ ବୁଧବାର ପରିବାର ଏବଂ ନିଜ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁଇ ସେଲିବ୍ରେଟିଙ୍କ ବିବାହ ଫଟୋ ସାମନାକୁ ଆସିବା ପରେ ଏବେ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି ।ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କୁ ସେମାନଙ୍କ ବିବାହ ଅଭିନନ୍ଦନ ଜଣାଇଛନ୍ତି। ସେହି ପୋଷ୍ଟଟି ବହୁତ ଭାଇରାଲ ହେବାରେ ଲାଗିଛି।ଉଲ୍ଲେଖଯୋଗ୍ୟ ରକୁଲ ଏବଂ ଜ୍ୟାକି ନିଜ ବିବାହ ନିମନ୍ତ୍ରଣ ପତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଠାଇଥିଲେ । କିନ୍ତୁ, କୌଣସି କାରଣରୁ ପ୍ରଧାନମନ୍ତ୍ରୀ ଦୁହିଁଙ୍କ ବିବାହରେ ସାମିଲ ହୋଇପାରି ନଥିଲେ । ଏପରି ସ୍ଥିତିରେ ଏବେ ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଜ୍ୟାକିଙ୍କ ମାଆ ପୂଜା ଏବଂ ବାପା ବାଶୁ ଭଗନାନୀଙ୍କୁ ସମ୍ୱୋଧିତ କରି ଲେଖିଛନ୍ତି, ଜ୍ୟାକି ଏବଂ ରକୁଲଙ୍କ ବିବାହର ଶୁଭ ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ।ଉଲ୍ଲେଖଯୋଗ୍ୟ ଯେ ଜ୍ୟାକି ଏବଂ ରକୁଳ ବିଦେଶରେ ବିବାହ କରିବାକୁ ଯୋଜନା କରୁଥିଲେ । କିନ୍ତୁ ଗତ ବର୍ଷ ପ୍ରଧାନମନ୍ତ୍ରୀ ଅପିଲ୍ କରି ଲୋକଙ୍କୁ ଦେଶ ଭିତରେ ବିବାହ କରିବାକୁ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦୁହେଁ ଶେଷ ମୁହୂର୍ତ୍ତରେ ଗୋଆରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।