ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର
ଗଣିଆ, -(ବିଶ୍ୱରଂଜନ ସେଠି)ଗୋଟିଏ ସମାଜ ଆଉ ରାଷ୍ଟ୍ର ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ l ଦୈନନ୍ଦିନ ଜୀବନରେ ଅଗ୍ନିଶମ ତଥା ଜରୁରୀ ପରିସ୍ଥିତିର ମୁକାବିଲା କରିବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ l ଏହାକୁ ଲକ୍ଷ ରଖି ଓଡିଶା ସରକାରଙ୍କ ନିର୍ଦେଶକ୍ରମେ ନୟାଗଡ ଜିଲ୍ଲା ଗଣିଆସ୍ଥିତ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଦିନ ଗଣିଆ ଅଗ୍ନିଶମ ବିଭାଗ ସହଯୋଗୀତାରେ ସ୍ୱତନ୍ତ୍ର ଅଗ୍ନିଶମ ଓ ଜରୁରୀ କାଳୀନ ଉଦ୍ଧାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷା ସଲୀଳା ସେଠିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନ ଶିବିରରେ ବିଦ୍ୟାଳୟର ଏନ ଏସ ଏସର ପ୍ରୋଗ୍ରମ୍ ଅଫିସର୍ ସୁନୀଲ କୁମାର ନାୟକ ନେତୃତ୍ଵରେ ଛାତ୍ର ଛାତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗଦେବା ସହ ବହୁ ଜରୁରୀ କାଳୀନ ପ୍ରଶିକ୍ଷଣ ଉପରେ ଜ୍ଞାନ ଆହରଣ କରିଥିଲେ l

ଗଣିଆ ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡାଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ସୁରେଶ କୁମାର ସାହୁ, ରମେଶ ଚନ୍ଦ୍ର ଗଜେନ୍ଦ୍ର, ହେମନ୍ତ କୁମାର ମହାଳିକ, ଜିତେନ୍ଦ୍ର କୁମାର ବେହେରା, ସରୋଜ କୁମାର ଦାସ, ଶିଶିର କୁମାର କର ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଉପକରଣ ମାଧ୍ୟମରେ ପ୍ରତ୍ୟକ୍ଷ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ରନ୍ଧନଗ୍ୟାସ ସିଲିଣ୍ଡର, ତେଲ କରେଇ, ଚାଳ ଛପର ଘରେ, ଏପରିକି ଜଙ୍ଗଲ ରେ ନିଆଁ ଲାଗିଲେ ତୁରନ୍ତ ନିଆଁ ଲିଭାଇବା କୌଶଳ,ଜରୁରୀ ସିଡ଼ି ଚଢ଼ା କୌଶଳ ଉପରେ ଅଗ୍ନିଶମ ବିଭାଗୀୟ ଅଧିକାରୀ ମାନେ ଡେମୋ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଆତ୍ମରକ୍ଷା ସାଙ୍ଗକୁ ଅନ୍ୟ ଜନଜୀବନ ରକ୍ଷା କରିବାକୁ ନିର୍ଭିକ ଭାବେ ଆଗେଇ ଆସିବାକୁ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ l ଘରୋଇ ସାମଗ୍ରୀକୁ ବ୍ୟବହାର କରି ସହଜ ଉପାୟରେ କିପରି ବଡ଼ ବଡ ବିପଦକୁ ଦୁରେଇ ହେବ ତାହା ଏହି ପ୍ରଶିକ୍ଷଣ ଶିବିର ର ମୁଖ୍ୟ ଉଦ୍ୟେସ୍ୟ ଏବଂ ଗଣିଆ ଶ୍ରୀ ଶ୍ରୀ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ସରକାରଙ୍କ ଏହି ଉଦ୍ଦେଶ୍ୟକୁ ସଫଳ ରୂପାୟନ କରିବା ନିମନ୍ତେ ଉଦ୍ୟମ ଜାରି ରଖିଛି ବୋଲି ଅଧ୍ୟକ୍ଷା ଶ୍ରୀମତୀ ସେଠି କହିଛନ୍ତି ।
