ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦଯାପିତ

ଗଣିଆ, -( ପିଏନ ଏସ/୨୨/୦୧) ଗଣିଆ ସ୍ଥିତ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାତଦିନିଆ ସ୍ଵତନ୍ତ୍ର ଜାତୀୟ ସେବା ଶିବିର ଗୁରୁବାର ଦିନ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ସଲିଲା ସେଠୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଡିପିଓ ଉଷାରାଣୀ ସାହୁ ଯୋଗ ଦେଇ ଗୋଟିଏ ସମାଜ ଆଉ ରାଷ୍ଟ୍ର ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ଓ ଦୈନନ୍ଦିନ ଜୀବନରେ ଅଗ୍ନିଶମ ତଥା ଜରୁରୀ ପରିସ୍ଥିତିର ମୁକାବିଲା କରିବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଜରୁରୀ l ଏହାକୁ ଲକ୍ଷ ରଖି ଓଡିଶା ସରକାର ଜାତୀୟ ସେବା ଶିବିର ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ସଚେତନ କରୁଛନ୍ତି ସରକାର ।

ଏହି ସଚେତନ ଶିବିରରେ ବିଦ୍ୟାଳୟର ଏନ ଏସ ଏସର ପ୍ରୋଗ୍ରମ୍ ଅଫିସର୍ ସୁନୀଲ କୁମାର ନାୟକ ନେତୃତ୍ଵରେ ଛାତ୍ର ଛାତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗଦେବା ସହ ବହୁ ଜରୁରୀ କାଳୀନ ପ୍ରଶିକ୍ଷଣ ଉପରେ ଜ୍ଞାନ ଆହରଣ କରିଥିଲେ l ରନ୍ଧନଗ୍ୟାସ ସିଲିଣ୍ଡର, ତେଲ କରେଇ, ଚାଳ ଛପର ଘରେ, ଏପରିକି ଜଙ୍ଗଲ ରେ ନିଆଁ ଲାଗିଲେ ତୁରନ୍ତ ନିଆଁ ଲିଭାଇବା କୌଶଳ,ଜରୁରୀ ସିଡ଼ି ଚଢ଼ା କୌଶଳ ଉପରେ ଅଗ୍ନିଶମ ବିଭାଗ ତରଫରୁ ସଚେତନ କରଯାଇଥିଲା । ସେହିପରି ମଳତିପୁଟ ଗ୍ରାମକୁ ଯାଇ ମନ୍ଦିର ଓ ଗ୍ରାମର ପରିବେଶ ସଫା ସୁତୁରା କରିଥିଲେ । ବିଦ୍ୟାଳୟ ପରିସରରେ ଆତ୍ମରକ୍ଷା ସାଙ୍ଗକୁ ଅନ୍ୟ ଜନଜୀବନ ରକ୍ଷା କରିବାକୁ ନିର୍ଭିକ ଭାବେ ଆଗେଇ ଆସିବାକୁ ସମ୍ମାନିତ ଅତିଥି ଶ୍ରୀମତୀ ସାହୁ ପରାମର୍ଶ ଦେଇଥିଲେ l

ଘରୋଇ ସାମଗ୍ରୀକୁ ବ୍ୟବହାର କରି ସହଜ ଉପାୟରେ କିପରି ବଡ଼ ବଡ ବିପଦକୁ ଦୁରେଇ ହେବ ତାହା ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଧାନ କହିଥିଲେ ଗଣିଆ ଶ୍ରୀ ଶ୍ରୀ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ସରକାରଙ୍କ ଏହି ଉଦ୍ଦେଶ୍ୟକୁ ସଫଳ ରୂପାୟନ କରିବା ନିମନ୍ତେ ଉଦ୍ୟମ ସଫଳ ହୋଇଛି ବୋଲି ଅଧ୍ୟକ୍ଷା ଶ୍ରୀମତୀ ସେଠି କହିଛନ୍ତି । ଏଇ ଶିବିରରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିବା ସହିତ ଛାତ୍ର ଛାତ୍ରୀ ମାନେ ଶାନ୍ତି ଶୃଙ୍ଖଳାର ସହିତ ସାତ ଦିନ ଧରି ଶିବିରରେ ଉପସ୍ଥିତ ରହି ବହୁ ଶିକ୍ଷଣୀୟ କଥାକୁ ପାଳନ କରିଥିଲେ ।ନୟାଗଡ଼ରୁ ବିଶ୍ୱରଂଜନ ସେଠୀଙ୍କ ରିପୋର୍ଟ HRTV ODIA