ରଙ୍ଗ ଲାଗିଥିବା ଡ୍ରେସ କିଭଳି ସଫା କରିବେ ?

ଆଜି ହେଉଛି ରଙ୍ଗର ପର୍ବ ହୋଲି ତେବେ ଭାରତର କୋଣ ଅନୁକୋଣରେ ଏହା ଆବାଳବୃଦ୍ଧବନିତା ସଭିଙ୍କ ମନରେ ଅଫୁରନ୍ତ ଆନନ୍ଦ ଆଣିଦେଇଥାଏ। ଆମ ପରମ୍ପରାରେ ପ୍ରଚଳିତ ଅନ୍ୟାନ୍ୟ ପର୍ବଠାରୁ ନିଆରା ହୋଲି ପର୍ବରେ ନିଜକୁ ରଙ୍ଗିନ କରାଇବାର ମଜା ଅନନ୍ୟ। ତେବେ ବଜାରରେ ଉପଲବ୍‌ଧ ନାନା ପ୍ରକାର ରଙ୍ଗ ଯେତିକି ଆମୋଦଦାୟକ, ରାସାୟନିକ ଦ୍ରବ୍ୟର ଉପସ୍ଥିତି ଯୋଗୁଁ ତାହା ସ୍ବାସ୍ଥ୍ୟ ପ୍ରତି ସେତିକି ବିପଦ ଆଶଙ୍କା ମଧ୍ୟ ଆଣିଥାଏ। ଯାବତୀୟ ରାସାୟନିକ ରଙ୍ଗକୁ ଦୂରେଇ ଦେଇ ବିଭିନ୍ନ ପ୍ରକାର ଫୁଲ, ପରିବା ବା ଗୁଳ୍ମରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗର ଗୁଣ୍ଡକୁ ଗ୍ରହଣ କରିବା ଉଚିତ। ଆଖିକୁ ଆକର୍ଷଣୀୟ ଦିଶୁଥିବା ବଜାରରେ ଉପଲବ୍‌ଧ ଶସ୍ତା ରଙ୍ଗଗୁଡ଼ିକରେ ବିଷାକ୍ତ ରାସାୟନିକ, ସୀସା, କ୍ରୋମିଅମ୍‌ ଓ ପାରଦ ପରି କ୍ଷତିକାରକ ଭାରୀ ଧାତୁର ଅଣୁ ରହିଛି ଯାହା ଚର୍ମ ସଂସ୍ପର୍ଶରେ ଆସିଲେ ଫଳିଯିବା ପରି ବିକାର ସୃଷ୍ଟି ହୋଇଥାଏ ଏବଂ ଆଖିକୁ ବହୁତ କ୍ଷତି ପହଞ୍ଚାଇଥାଏ। ତେଣୁ ସାବଧାନତା ସହିତ ରଙ୍ଗ ଖେଳାନ୍ତୁ |ତେବେ ହୋଲି ଖେଳିବା ବେଳେ ବିଭିନ୍ନ ରଙ୍ଗ ପଡି ପୋଷାକ ନଷ୍ଟ ହୋଇଥାଏ । ପୋଷାକରୁ ଏହି ସବୁ ରଙ୍ଗକୁ କିପରି ହଟାଇବେ ବା ଦାଗ କିପରି ଭଲ ଭାବରେ ଛଡାଇବେ ଚାଲନ୍ତୁ ଜାଣିବା ।

ଲେମ୍ବୁରେ ଭିଟାମିନ୍‍ ସି ଭରପୂର ରହିଥିବାରୁ ପ୍ରତିଦିନ ଆମେ ଲେମ୍ବୁ ବ୍ୟବହାର କରିଥାଉ । ଯଦି ଆପଣଙ୍କ ପୋଷାକରେ ରଙ୍ଗ ଲାଗିଛି ତେବେ ଲମ୍ବୁ ଆପଣଙ୍କ ପାଇଁ ଲାଭଦାୟକ ହେବ । ସର୍ଫରେ ପୋଷାକକୁ ଭଲ ଭାବରେ ସଫା କରିବା ପରେ ଏକ ବାଲଟିରେ ଲେମ୍ବୁ ଓ ବେକିଂ ସୋଡାକୁ ମିଶ୍ରଣ କରି ପୋଷାକକୁ ବୁଡାଇ ଦିଅନ୍ତୁ । ଏହାକୁ ୧୦ରୁ ୨୦ମିନିଟ ରଖିବା ପରେ ଭଲ ଭାବରେ ଘଡି ଧୋଇ ଦିଅନ୍ତୁ । ଦେଖିବେ ପୋଷାକରୁ ରଙ୍ଗ ସବୁ ଛାଡିଯିବ ।
ଆଲକହଲ ବି ପୋଷାକରୁ ରଙ୍ଗ ଛଢାଇବାରେ ବ୍ୟବହାର କରାଯାଏ । ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ପ୍ରଥମେ ଉଷୁମ ପାଣିରେ ପୋଷାକକୁ ହାଲୁକା ଭାବରେ ଧୋଇ ଦିଅନ୍ତୁ । ଏକ ପାତ୍ରରେ ୨ରୁ ୩ ଚାମଚ ଆଲକହଲ ନେଇ ପାଣି ମିଶାଇ ଦାଗ ଲାଗିଥିବା ସ୍ଥାନରେ ଲଗାନ୍ତୁ । କିଛି ସମୟ ଛାଡିଦେବା ପରେ ଭଲ ଭାବରେ ଧୋଇ ଦିଅନ୍ତୁ ଦେଖିବେ ଆପଣଙ୍କ ପୋଷାକରେ ଲାଗିଥିବା ଦାଗ ପରିସ୍କାର ହୋଇଯାଇଥିବ ।