ରଣଦୀପ ରାମ ଜନ୍ମଭୂମି ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଭାଗ ନେବେ

ବଲିଉଡ୍‌ର ଅଭିନେତା ରଣଦୀପ ହୁଡା ବର୍ତ୍ତମାନ ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଅଭିନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ରାମମନ୍ଦିର ସମାରୋହରେ ଦେଶର ବଡ଼ ବଡ଼ ବ୍ୟକ୍ତିବିଶେଷ, ସାଧୁ ସନ୍ଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଏନ୍‌ଆଇ ଏକ ପୋଷ୍ଟରେ ରଣଦୀପ ରାମମନ୍ଦିର ସମାରୋହରେ ଭାଗ ନେବାକୁ ଅଫିସିଆଲ ନିମନ୍ତ୍ରଣ ପାଇଥିବା ନଜରକୁ ଆସିଛନ୍ତି।

କହିବାକୁ ଗଲେ ତାଙ୍କ ପୂର୍ବରୁ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ମଧ୍ୟ ଏହି ଉତ୍ସବରେ ଭାଗନେବାକୁ ନିମନ୍ତ୍ରଣ ପାଇଛନ୍ତି। ANI ର ଅଫିସିଆଲ୍ X ହ୍ୟାଣ୍ଡଲରେ ଏକ ପୋଷ୍ଟ ସେୟାର ହୋଇଛି। ଏହି ପୋଷ୍ଟରେ ରଣଦୀପ ରାମ ଜନ୍ମଭୂମି ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଭାଗ ନେବାକୁ ଅଫିସିଆଲ ନିମନ୍ତ୍ରଣ ପାଇଥିବାର ନଜର ଆସିଛନ୍ତି।