ରଣବୀର- ଆଲିଆଙ୍କ ଝିଅ ରାହା ଦୁନିଆର ଧନୀ ଛୁଆ

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ ଘରକୁ ଯିବାକୁ ପ୍ରସ୍ତୁତ ଅଛନ୍ତି। ବଲିଉଡର ସବୁଠାରୁ ଧନୀ ଛୁଆ ହେଉଛନ୍ତି ବଲିଉଡ ଷ୍ଟାର ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଝିଅ । ସେ ୨୫୦ କୋଟି ଟଙ୍କା ସମ୍ପତ୍ତିର ମାଲିକ । କିଛିଦିନ ପୂର୍ବେ ଇନଫୋସିଟି ମାଲିକ ନାରାୟଣ ମୂର୍ତ୍ତି ତାଙ୍କ ନାତିକୁ ୨୪୦ କୋଟି ଟଙ୍କାର ଉପହାର ଦେଇଥିଲେ । ଯାହାକି ଏହି କମ୍ପାନୀର ୧୫ ପ୍ରତିଶତ ବୋଲି କୁହାଯାଇପାରେ । ତେବେ ସେ ଦୁନିଆର ସବୁଠାରୁ ଧନୀ ଛୁଆ ରହିଥିଲେ । ମାତ୍ର ରଣବୀର ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି । ସେ ତାଙ୍କ ଝିଅ ନାମରେ ୨୫୦ କୋଟି ଟଙ୍କାର ଏକ ବଙ୍ଗଳା କରି ଦେଇଛନ୍ତି ।ନିକଟରେ ଦୁହେଁ ଏହି ବିଳାସପୂର୍ଣ୍ଣ ବଙ୍ଗଳା ବାହାରେ ନଜର ଆସିଥିଲେ। ବର୍ତ୍ତମାନ ତାଙ୍କର ବିଳାସପୂର୍ଣ୍ଣ ବଙ୍ଗଳା ସହିତ ଜଡିତ ଏକ ବିଶେଷ ଖବର ସାମ୍ନାକୁ ଆସିଛି। ରଣବୀର-ଆଲିଆ ଝିଅ ରାହା କପୁରଙ୍କ ନାମରେ ଏହି ବଙ୍ଗଳା ନିର୍ମାଣ କରିବାକୁ ଯାଉଛନ୍ତି। ଦୁହେଁ ନିଜ ରୋଜଗାରର ଅର୍ଥରେ ଏହି ସ୍ବପ୍ନର ଘର ପ୍ରସ୍ତୁତ କରିଛନ୍ତି।
ଏହାକୁ ତିଆରି କରିବା ପାଇଁ ସମୁଦାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରଣବୀରଙ୍କ ଝିଅ ଏବେ ଏକ ବର୍ଷ ୪ ମାସର ହୋଇଛନ୍ତି ।

ବଲିଉଡର ସବୁଠାରୁ ଧନୀ ଛୁଆ ଭାବେ ରାହାଙ୍କୁ କୁହାଯାଇପାରେ । ତେବେ ରଣବୀର ଏବଂ ଆଲିଆଙ୍କର ଆଉ ୪ଟି ଫ୍ଲାଟ ଅଛି, ଯାହାର ମୂଲ୍ୟ ପ୍ରାୟ ୬୦ କୋଟି ଟଙ୍କା।ଆଜିକାଲି ରଣବୀର କପୁର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ରାମଙ୍କ ଚରିତ୍ରରେ ନିଜକୁ ଗଢିବା ପାଇଁ ଅଭିନେତା କଠିନ ପରିଶ୍ରମ କରୁଛନ୍ତି। ପ୍ରଭୁ ରାମଙ୍କ ପରି ଶୁଦ୍ଧ ଅନୁଭବ କରିବାକୁ ଅଭିନେତା ଆମିଷ ଛାଡିଛନ୍ତି। ସେହିପରି ଆଲିଆଙ୍କୁ ଖୁବଶୀଘ୍ର ସଞ୍ଜୟ ଲୀଲା ବଂଶାଲିଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଲଭ୍‌ ଆଣ୍ଡ ଓ୍ବାର୍‌ରେ ଦେଖିବାକୁ ମିଳିବ। ତାଙ୍କ ସହ ରଣବୀର କପୁର ଏବଂ ବିକି କୌଶଲ ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।