ରତ୍ନ ଅଳଙ୍କାର ଗଣତିମଣତି ନେଇ ଉଚ୍ଚସ୍ତରୀୟ ବୈଠକ

ରତ୍ନ ଅଳଙ୍କାର ଗଣତିମଣତି ନେଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଆଲୋଚନା କରାଯଉଛି । ତେବେ ଆଗକୁ ଇଂରାଜୀ ନବବର୍ଷ ଥିବାରୁ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଉକ୍ତ ସମୟରେ ରତ୍ନଭଣ୍ଡାର ଖୋଲିବା ସମ୍ଭବ ହୋଇନପାରେ । ଏଣୁ ବୈଠକରେ ଆସନ୍ତା ଜାନୁଆରୀ ମାସରେ କେଉଁ ତାରିଖରେ ରତ୍ନ ଭଣ୍ଡାର ଖୋଲିବ ସେନେଇ ତିଥି, ବାର ସହ ମାହେନ୍ଦ୍ର ବେଳ ସ୍ଥିର କରାଯିବ । ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁର ଡିଜିଟାଇଜେସନ କରାଯିବ । ୧୯୭୮ ମସିହାର ମେଳକ ସହ ଗଣତି ମଣତି କରାଯିବ । ମାର୍ଗଦର୍ଶିକା ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ,ଏସପି ଏବଂ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ ମାନେ ଉପସ୍ଥିତ ଅଛନ୍ତି ।