ରଥ ନିର୍ମାଣକୁ ଫାସୀ କାଠ ଦେଇଥିଲେ୮ଜଣଙ୍କୁ ସମ୍ବର୍ଦ୍ଧିତ କଲା ଶ୍ରୀମନ୍ଦିର ପ୍ରଶାସନ
ଗଣିଆ (, ବିଶ୍ୱରଂଜନ ସେଠି) ବିଶ୍ୱ ପ୍ରସିଦ୍ଧ ଶ୍ରୀଜୀଉଙ୍କ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ପାଇଁ ଆବଶ୍ୟକ ଫାସୀ କାଠ ଓଡ଼ିଶାର ସଂରକ୍ଷିତ ଜଙ୍ଗଲମାନଙ୍କରେ ମିଳୁ ନାହିଁ ଏହାକୁ ଦୃଷ୍ଟିରେ ରଖି କିଛି ବର୍ଷ ହେଲା ଶ୍ରୀମନ୍ଦିର ପ୍ରଶାସନ ଦାତା ଯୋଗାଡ଼ କରି ସେମାନଙ୍କ ବାଡ଼ିରୁ ଫାସୀ କାଠ ଆଣୁଛି । ୨୦୨୫ ମସିହାରେ ୧୦୦ ଖଣ୍ଡ ଫାସୀ କାଠ ଅବଶ୍ୟକ ଥିବାବେଳେ ୬୯ଜଣ ଦାତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସମ୍ବର୍ଦ୍ଧିିତ କରିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ, ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଯୋଗଦାନ କରିଥିଲେ । ଗଣିଆ ବ୍ଳକର ସମ୍ବର୍ଦ୍ଧିତ ହୋଇଥିବା ଗଣିଆ ଗ୍ରାମର ମଳୟ ରଂଜନ ଦାଶ, ଜିତେନ୍ଦ୍ର କୁମାର ଡାକୁଆ , ପତଣ୍ଡା ଗ୍ରାମର ବଳରାମ ପାଣିଗ୍ରାହୀ, ଅଖିଳ କୁମାର ପଣ୍ଡା, ପ୍ରସାନ୍ତ କୁମାର ପଣ୍ଡା, ପ୍ରତାପ ଚନ୍ଦ୍ର ପଣ୍ଡା, ବିରଂଚି ନାରାୟଣ ପଣ୍ଡା, କିଶୋରପ୍ରସାଦ ଗ୍ରାମର ଡ. ରାମଚନ୍ଦ୍ର ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିଲା ।

ଫାଶୀକାଠ ରଥ ନିର୍ମାଣରେ ଗୁରୁତ୍ୱ ପୁର୍ଣ୍ଣ ଭୁମିକା ନେଇଥାଏ । ଏହି କାଠରେ ରଥର ଚକ, ତୁମ୍ବ, ପଇ, ଅର ପ୍ରଭୃତି ନିର୍ମାଣ ହୋଇଥାଏ । ସଂରକ୍ଷିତ ବନଖଣ୍ଡମାନଙ୍କରେ ଆବଶ୍ୟକ ସାଇଜର ଫାସୀ ଗଛ ମିଳୁନଥିବାରୁ ଏହି ଗଛକୁ ସ୍ୱଇଛାରେ ଦାନ କରିବାକୁ ଆହ୍ୱାନ କରାଯାଇଥିଲା । ଏହାକୁ ନେଇ ଶ୍ରଦ୍ଧାଳୁମାନେ ନିଜ ସ୍ୱଇଚ୍ଛାରେ ଗଛ ଦେବାକୁ ସହାୟକ ହୋଇଥିଲେ । ଏଥିପାଇଁ ଗଣିଆ ଅଂଚଳରେ ସମ୍ବର୍ଦ୍ଧିତ ହୋଇଥିବା ୮ଜଣଙ୍କୁ ଜନସାଧାରଣ ପ୍ରଶଂସା କରିଛନ୍ତି ।
