ରଦ୍ଦ ହୋଇନାହିଁ କଟକ-ଭୁବେନଶ୍ୱର ମେଟ୍ରୋ ପ୍ରକଳ୍ପ- ନଗର ଉନ୍ନୟନ ମନ୍ତ୍ରୀ
କଟକ ଓ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପକୁ ରଦ୍ଦ କରାଯାଇନି । ଭୁବନେଶ୍ୱରରେ ମେଟ୍ରୋ ରେଳପ୍ରକଳ୍ପ ଏବେ ପରୀକ୍ଷାଧୀନ ରହିଛି ।ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ , କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ । ଏହି ପ୍ରକଳ୍ପ ଏବେ ରାଜ୍ୟ ସରକାରଙ୍କ ପରୀକ୍ଷାଧୀନ ରହିଛି । ଏଥିପାଇଁ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଓ ସୁପାରିଶ ପ୍ରାପ୍ତ ହେବା ପରେ ସରକାର ଆଗାମୀ ଦିନରେ ଅନ୍ତିମ ସିଦ୍ଧାନ୍ତ ନେବେ । ଏଯାଏଁ ମୋଟ ୨୭୭.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହି ଖର୍ଚ୍ଚରୁ ୨୦୨୪ ଜୁନ ୧୨ ପରେ ୨୫୨.୦୫ କୋଟି ପ୍ରଦାନ କରାଯାଇଛି ।
