ରବିବାରଠାରୁ ରାଜ୍ୟରେ ପଡ଼ିବ ପହିଲି ଶୀତ

ବାତ୍ୟାର ପ୍ରଭାବ କମିବା ପରେ ରାଜ୍ୟରେ ଉତ୍ତରା ପବନ ବହିବା ଆରମ୍ଭ ହୋଇଛି। ଫଳରେ ରବିବାରଠାରୁ ପହିଲି ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ କମିଯିବ । ଝାରସୁଗୁଡ଼ା, ରାଉରକେଲା, ପାଲଲହଡ଼ା, ବାଦାମପାହାଡ଼ରେ ପାରଦ ୧୫ରୁ ୧୭ ଡିଗ୍ରୀକୁ ଖସି ଯାଇପାରେ ପୂର୍ବାନୁମାନ କରାଯାଉଛି । ୩୧ ତାରିଖ ରାତିରୁ କନ୍ଧମାଳ(ବାଲିଗୁଡ଼ା ଓ ଫୁଲବାଣୀ) ଓ ଗଜପତି(ଗଦାପୁର ଓ ମୋହନା) ରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀରୁ କମିପାରେ । ବାଲିଗୁଡ଼ା, ଦାରିଙ୍ଗିବାଡ଼ି, ଗଦାପୁର ଓ ମୋହନାରେ ରାତି ତାପମାତ୍ରା ୧୭ରୁ ୧୮ ଡିଗ୍ରୀ ରହିବ । ତେବେ ରାଜଧାନୀ ଭୁବନେଶ୍ୱରରେ ରାତି ତାପମାତ୍ରା ନଭେମ୍ବର ୫ ସୁଦ୍ଧା ୨୦ ଡିଗ୍ରି ତଳକୁ ଖସିବ। ଏହାପରେ ନଭେମ୍ବର ୧ରୁ ଖୋର୍ଦ୍ଧା ଓ ଉତ୍ତର ଉପକୂଳ ଜିଲାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ୩୧ ତାରିଖରେ ମ୍ୟାମାର୍ ଉପକୂଳରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି, କିନ୍ତୁ ଉତ୍ତରା ପବନ ବଢ଼ିବାରୁ ଏହା ଘନିଭୂତ ହେବ ନାହିଁ। ୨ ତାରିଖ ଆଡ଼କୁ ସ୍ପଷ୍ଟ ହେବ।