ରାଷ୍ଟ୍ରୀୟ ସେବା ଯୋଜନା ଶିବିରରେ ଯୋଗଦେଲେ ରାଜ୍ୟ ସଂଯୋଜକ

ଗଣିଆ ( ବିଶ୍ୱରଂଜନ ସେଠି) ଶିକ୍ଷାରେ ସମାଜ ସେବାକୁ ଏକ ସ୍ୱୋଛାକୃତ କାର୍ଯ୍ୟଭାବେ ପ୍ରଚଳନ କରିବାକୁ ୧୯୬୯ମସିହା ସେପ୍ଟେମ୍ବର ୪ ତାରଖରେ ରାଷ୍ଟ୍ରୀୟ ସେବା ଯୋଜନା ଆରମ୍ଭ କରାଯାଇଥିଲା । ଗୋଷ୍ଠୀ ମାଧ୍ୟମରେ ଛାତ୍ରଛାତ୍ରମାନଙ୍କର ବ୍ବ୍ୟକ୍ତିତ୍ୱର ବିକାଶର ଲକ୍ଷ ନେଇ ଆରମ୍ଭ କରାଯାଇଥବବା ଏହ ଯୋଜନାର ଆଦର୍ଶ ହେଉଛି ମୋ ପାଇଁ ନୁଡେଁ ଆପଣଙ୍କ ପାଇଁ , ନିଜକୁ ବୁଝିବା ସହିତ ସେମାନଙ୍କ ସଂପର୍କକୁ ବୁଝିବା, ବିଭିନ୍ନ ସମସ୍ୟାକୁ ବୁଝି ତାର ସମାଧାନ କରିବା ଆଦି ଏହି କାର୍ଯ୍ରକ୍ରମର ମୂଳ ଲକ୍ଷ । ମଙ୍ଗଳବାର ଗଣିଆ ବ୍ଳକ ଅନ୍ତର୍ଗତ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧକ୍ଷା ସଲୀଳା ସେଠୀଙ୍କ ତତ୍ଵାବଧାନରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଜାତୀୟ ସେବା ଯୋଜନାର ସଂଯୋଜକ ଡକ୍ଟର ବିଶ୍ଵ ମୋହନ ଜେନା ଯୋଗଦେଇଥିବା ବେଳେ ସାମ୍ନାନୀତ ଅତିଥିଭାବେ ନୟାଗଡ଼ ଜିଲ୍ଲା ସଂଯୋଜକ ଡକ୍ଟର ଚିତ ରଞ୍ଜନ ଦାସ , ବିଦ୍ୟାଳୟପ୍ରୋଗ୍ରାମ ଅଫିସର ସୁନିଲ କୁମାର ନାୟକ ଓ ସଂସ୍କୃତ ବିଭାଗର ଅଧ୍ୟାପକ ପ୍ରଦ୍ୟୁମ୍ନ କୁମର ବଘାର ମଞ୍ଚାସିନ ଥିଲେ । ପ୍ରଥମେ ରଘୁନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ପରେ ଅତିଥି ମାନଙ୍କୁ ଫୁଲ ତୋଡ଼ା ଓ ଉତ୍ତରୀୟ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା।

ଉକ୍ତ ଶିବିରରେ ମହାବିଦ୍ୟାଳୟର ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦାନ କରିଥିବା ବେଳେ ଏହା ୨ଦିନ ଧରି ଚାଲିବ ବୋଲି ଅଧକ୍ଷା ଶ୍ରୀମତୀ ସେଠି କହିଥିଲେ । ତେବେ ଆଗାମୀ ଦିନରେ ଶିବିରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ଗ୍ରାମରେ ସ୍ୱଛତା କାର୍ଯ୍ୟକ୍ରମ, ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ କରାଯିବ ବୋଲି ସୁଚନା ଦେଇଥିବା ବେଳେ ମୁଖ୍ୟ ଅତିଥି ଙ୍କ ଦ୍ୱରା କଲେଜ ପରିସରରେ ବିଭିନ୍ନ ପ୍ରଜାତିତ ବୃକ୍ଷ ରୋପଣ କରାଯାଇଥିଲା । ପ୍ରୋଗାମ ଅଫିସର ସୁନୀଲ କୁମାର ନାୟକଙ୍କ ନେତୃତ୍ୱରେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସଂସ୍କୃତ ବିଭାଗର ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ବଘାର ମଞ୍ଚ ପରିଚାଳନା କରିଥିଲେ ସେହିପରି ଅର୍ଥନୀତି ବିଭାଗ ଅଧ୍ୟାପିକା ଧରାତ୍ମଜା ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ରାଜନୈତିକ ବିଭାଗର ଅଧ୍ୟାପିକା ଅର୍ଚ୍ଚନା ବିଶୋଇ ,ସମାଜ ବିଜ୍ଞାନର ଅଧ୍ୟାପକ ପ୍ରସନ୍ନ କୁମାର ସାହୁ, ଲାଇବ୍ରେରିଆନ ପ୍ରଫୁଲ୍ଲ କୁମାର ମହାରଣା ଓ କର୍ମଚାରୀ ଭରତ ଚନ୍ଦ୍ର ସାହୁ ସହଯୋଗ କରିଥିଲେ ।