ରହୁଛି କି’ ଅର୍ଥ ସମସ୍ୟା ?

ଘରେ ବାସ୍ତୁଶାସ୍ତ୍ରର ନିୟମ ମାନିବା ବହୁତ ଜରୁରି ହୋଇଥାଏ। ଯଦି ଘରେ ବାସ୍ତୁ ଦୋଷ ଥାଏ ତାହେଲେ ପରିବାର ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥାରେ ପ୍ରଭାବ ପଡିବା ସହ ଧନହାନୀ ମଧ୍ୟ ହେବ। ଏଥିପାଇଁ ଘରେ ବାସ୍ତୁ ଦୋଷ ଦୂର କରିବା ନିହାତି ଆବଶ୍ୟକ। ତାହେଲେ ଆସନ୍ତୁ ଜାଣିବା ଏପରି କିଛି ବାସ୍ତୁ ନିୟମ ଯାହାଫଳରେ ଆପଣଙ୍କର ରୋଜଗାର ବଢ଼ିବା ସହି ପରିବାରରେ ଧନ ଆଗମନରେ ସହାୟକ ହେବ।

ଧନକୁ ନେଇ ଘରେ କେବେ ନକରାତ୍ମକ ଚିନ୍ତା କରନ୍ତୁ ନାହିଁ। ଘରର ମୁଖ୍ୟଦ୍ୱାର ସବୁବେଳେ ସଫାସୁତୁରା ରଖନ୍ତୁ। ଏହାକୁ ସୁନ୍ଦର କରିବା ସହିତ ଯେପରି ଆଲୋକ ପ୍ରବେଶ କରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ମା ଲକ୍ଷ୍ମି ମୁଖ୍ୟଦ୍ୱାର ଦେଇ ଘରକୁ ପ୍ରବେଶ କରନ୍ତି, ସେଥିପାଇଁ ଘରର ମୁଖ୍ୟ ଦ୍ୱାର ପରିବେଶକୁ କେବେବି ଅପରିଷ୍କାର କରନ୍ତୁ ନାହିଁ।

ଘରର ଉତ୍ତର ଦ୍ୱାର ବାସ୍ତୁ ଶାସ୍ତ୍ରରେ ବହୁତ ଗୁରୁତ୍ୱବହନ କରେ। ଯଦି ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଘରର ଉତ୍ତର ଦିଗ ଠିକ୍‌ ଅଛି ତାହେଲେ ଆପଣଙ୍କୁ ଧନ ଲାଭ ପାଇଁ ନୂଆ ମୌକା ମିଳବ। ବାସ୍ତୁ ଶାସ୍ତ୍ର ଅନୁସାରେ କୌଣସି ଘରର ଉତ୍ତର ଦିଗରେ କୌଣସି ଅଳିଆ ଆବର୍ଜନା ଏବଂ ନଷ୍ଟ ହୋଇଥିବା ସାମଗ୍ରୀ ପକାଇବା ଉଚିତ ନୁହେଁ। ଘରର ଏହି ଦିଗକୁ ପୁରା ପରିଷ୍କାର ପରିଚ୍ଛନ ରଖିବା ଆବଶ୍ୟକ। ଏହା ଛଡ଼ା ଘରର ଉତ୍ତର ଦିଗରେ ଶୌଚାଳୟ ଏବଂ ରୋଷେଇଘର ରଖିବା ଉଚିତ ନୁହେଁ।

ଏହାପରେ ଘରର ଆଗ୍ନେୟ କୋଣକୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଆଗ୍ନେୟ କୋଣରେ ଶୌଚାଳୟ ରହିବା ଉଚିତ ନୁହେଁ। ଆଗ୍ନେୟ କୋଣ କିମ୍ୱା ଦକ୍ଷିଣ ପୂର୍ବ ଦିଗରେ ଏପରି ହେଲେ ଘରକୁ ଧନ ଆଗମନ କମ୍‌ ହୋଇଥାଏ।