ରାଉତପଡା ସମ୍ପର୍କ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକରଡ଼ାପଡା କ୍ରିକେଟ କ୍ଲବକୁ ହରାଇ ଫାଇନାଲରେ ଗଣିଆ କ୍ରିକେଟ୍ କ୍ଲବ୍

ଗଣିଆ -( ବିଶ୍ୱରଂଜନ ସେଠି) ରାଉତପଡା ସମ୍ପର୍କ କ୍ଲବ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ୭ମ ଦିବସ ଖେଳର ପ୍ରଥମ ସେମି ଫାଇନାଲ ମ୍ୟାଚରେ ପରସ୍ପର ଭେଟିଥିଲେ
ଗଣିଆଁ ଓ କରଡ଼ାପଡ଼ା କ୍ରିକେଟ୍ କ୍ଲବ୍ । ପ୍ରଥମେ ଗଣିଆ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୧୫ ଓଭର ମଧ୍ୟରେ ଗଣିଆ ତାର ୨ ଗୋଟି ୱିକେଟ୍ ହରାଇ ୨୦୧ ରନ ସଂଗ୍ରହ କରିଥିଲା । ଗଣିଆ ଟିମ୍ ର ଜିତେନ୍ଦ୍ର ୬୨ ରନ୍ ଓ ଓ କଲିମ୍ମୁଦ୍ଦିନ ଖାଁ ୯୬ ରନର ବିସ୍ଫୋରକ ବ୍ୟାଟିଂ କରିଥିଲେ । ଜବାବରେ କରଡ଼ାପଡ଼ା କ୍ରିକେଟ କ୍ଲବ୍ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ସମସ୍ତ ୱିକେଟ୍ ହରାଇ ମାତ୍ର ୧୩୧ ରନ କରି ପରାସ୍ତ ହୋଇଥିଲା । ଗଣିଆ ଟିମର ବହୁତ୍ ସୁନ୍ଦର ବୋଲିଙ୍ଗ ଦେଖିବାକୁ ମିଳିଥିଲା, ।ଆଦି ଓ ବୁବୁନା ଉଭୟ ୩ଗୋଟି ଲେଖାଏଁ ୱିକେଟ ନେଇଥିଲେ । ଏହି ମ୍ୟାଚଟିକୁ ପରିଚାଳନା କରିଥିଲେ ଦୁଇ ସୁଦକ୍ଷ ଆମ୍ପାୟର ଗୋପାଳ ବେହେରା ଓ କାହୁଁ ଚରଣ ବେହେରା । ପ୍ରଥମ ସେମି ଫାଇନାଲକୁ ଦେଖିବା ପାଇଁ ବହୁ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା ।